ଟାଟାରେ ଚାକିରି ନାଁରେ ଜାଲିଆତି ପ୍ରସଙ୍ଗ: ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ସର୍ବେଶ୍ୱର ରାଓକୁ ମୁହାଁମୁହିଁ ଜେରା କରୁଛି କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ବର: ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ସର୍ବେଶ୍ୱର ରାଓକୁ ମୁହାଁମୁହିଁ ଜେରା । ଆଜି ମଧ୍ୟ ଦୁଇ ଜଣଙ୍କୁ ମୁହାଁମୁହିଁ ଜେରା କରାଯାଉଛି । ଟାଟାରେ ଚାକିରି ନାଁରେ ଜାଲିଆତି ପ୍ରସଙ୍ଗରେ ସର୍ବେଶ୍ୱର ରାଓଙ୍କୁ କ୍ରାଇମ୍‌ବ୍ରାଞ୍ଚର ମାରାଥନ ଜେରା ।

ପୂର୍ବତନ କଲେଜ ଅଧ୍ୟକ୍ଷ ସର୍ବେଶ୍ୱର ରାଓଙ୍କୁ ଗତକାଲି ଜେରା କରିଥିଲା କ୍ରାଇମ୍‌ବ୍ରାଞ୍ଚ । ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ଥିଲା ସର୍ବେଶ୍ୱର । ଟାଟାରେ ଚାକିରି ଦେବାରେ ସେ ମଧ୍ୟସ୍ଥି ଥିବା ନେଇ ଅଭିଯୋଗ ହୋଇଥିଲା । ପୂର୍ବରୁ ଆକାଶଙ୍କ ପିଏ ଡେଭିଡ ପିଟରଙ୍କୁ ପଚରାଉଚରା ବେଳେ ସର୍ବେଶ୍ୱର ରାଓ ନାଁ କହିଥିଲା । ସର୍ବେଶ୍ୱର ଓଡ଼ିଶାରୁ ଆକାଶଙ୍କ ପାଖକୁ ପଠାଉଥିଲେ ଆଶାୟୀଙ୍କ ତାଲିକା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.