Below header

ମୁଁ ଜନ ବିରୋଧୀ କାର୍ଯ୍ୟ କରିନି କି କାହାରି ଠାରୁ ଟଙ୍କା ଖାଇନି: ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର(କେ ନ୍ୟୁଜ): ଦଳରୁ ବହିଷ୍କାର ହେବା ପରେ ପ୍ରତିକ୍ରିୟା ରଖିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ l ଦୀର୍ଘ ସମୟର ସାମ୍ୱାଦିକ ସମ୍ମିଳନୀରେ ନିଜ ମତ ରଖିଲେ ବିଧାୟକ l ନିଜ ବାସଭବନରେ ସାମ୍ବାଦିକ ସମ୍ମିଳନୀ ଡାକି କହିଲେ ମୁଁ କୌଣସି ଜନବିରୋଧୀ କାର୍ଯ୍ୟ କରିନାହିଁ  l ଦଳ ପକ୍ଷରୁ ଦିଆଯାଇ ଥିବା ଦାୟିତ୍ୱଗୁଡିକୁ ନିଷ୍ଠାର ସହ ତୁଲାଇଛି l ଜନବିରୋଧୀ କାର୍ଯ୍ୟ କଣ ପାର୍ଟି ସ୍ପଷ୍ଟୀକରଣ ଦେଉ l ଦମ୍ଭର ସହ କହିଛନ୍ତି ଯଦି ମୋର ଭୁଲ ଥାଏ ତେବେ ପ୍ରମାଣ ଦିଅନ୍ତୁ l କଣ କରିଛି ସାମ୍ବାଦିକ ଭାଇମାନେ ଖୋଜି ବାହାର କରନ୍ତୁ l ଏହା ସହ ନିଜ ୨୦ ବର୍ଷ ରାଜନୈତିକ କ୍ୟାରିୟର ବାବଦରେ ବଖାଣିଛନ୍ତି l ୧୫ଟି ବିଧାନସଭା ଆସନର ଦାୟିତ୍ୱ ନେଇଥିବା ବେଳେ ୧୨ଟିରେ ଦଳକୁ ଜିତାଇଥିବା କହିଛନ୍ତି l

ଶ୍ରୀ ପାଣିଗ୍ରାହୀ ଏହା ମଧ୍ୟ ଆରୋପ ଆଣିଛନ୍ତିକି ଦଳର ପ୍ରାର୍ଥୀମାନଙ୍କୁ ତାଙ୍କ ଜରିଆରେ ପାଣ୍ଠି ପ୍ରଦାନ କରାଯାଇଛି l ଗଂଜାମ ଜିଲ୍ଲାର ମଦ ଦୋକାନ, ବାଲି ଓ ମୋରମ ଚୋରା ଚାଲାଣକୁ ନେଇ ତାଙ୍କୁ ସିଧାସଳଖ ଟାର୍ଗେଟ କରାଯାଇଥିବା ସେ କହିଛନ୍ତି l ଜିଲ୍ଲାରେ ୮୦ଟି ମଦ ଦୋକାନ ଥିବା ବେଳେ ସେ କାହାଠାରୁ କିଛି ନେଇନାହାନ୍ତି l ବାଲି କିମ୍ବା ମୋରମ ମାଫିଆଙ୍କ ଠାରୁ କିଛି ବି ଚାନ୍ଦା ନେଇନଥିବା କହିଛନ୍ତି l ଏହା ସହ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତି କେତେ ରହିଛି ତାହାର ଆକଳନ କରାଯାଉ ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି l

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.