ଏହି ମନ୍ଦିରରେ ପ୍ରବାହିତ ହେଉଛି ରକ୍ତର ନଦୀ, କାରଣ ଜାଣିଲେ ଉଡ଼ିଯିବ ହୋସ୍‌

ପୃଥବୀର ପ୍ରତ୍ୟେକ ସ୍ଥାନର କିଛି ନା କିଛି ସ୍ୱତନ୍ତ୍ରତା ରହିଛି। ସେଭଳି ଏକ ରହସ୍ୟମୟୀ ମନ୍ଦିର ରହିଛି ଭାରତରେ। ଏହି ଅତି ପ୍ରାଚୀନ ମନ୍ଦିରରେ ଦେବୀ ସତୀ କିମ୍ବା ମା’ ଦୁର୍ଗାଙ୍କର କୌଣସି ମୂର୍ତ୍ତି ନାହିଁ। କିମ୍ବଦନ୍ତୀ ଅନୁସାରେ ଏହି ସ୍ଥାନରେ ଦେବୀ ସତୀଙ୍କ ଶରୀରର କିଛି ଅଂଶ ପଡ଼ିଥିଲା। ସମୟକ୍ରମେ ଏହା ଏକ ମହାନ୍‌ ଶକ୍ତି-ସାଧନା ପୀଠର କେନ୍ଦ୍ରସ୍ଥଳୀ ପାଲଟିଛି।

ଏହି ମନ୍ଦିରର ଏକ ପଥରରୁ ସବୁବେଳେ ପାଣି ନିର୍ଗତ ହୋଇଥାଏ। କୁହାଯାଏ, ମାସରେ ଥରେ ଏହି ପଥରରୁ ରକ୍ତର ଧାରା ବୋହିଥାଏ। କାହିଁକି ଓ କିପରି ଏହି ରକ୍ତର ଧାରା ନିର୍ଗତ ହୁଏ, ତାହା ଏବେ ଯାଏଁ ରହସ୍ୟ ହୋଇ ରହିଛି।

ବର୍ତ୍ତମାନର ଆଧୁନିକ ଯୁଗରେ ତନ୍ତ୍ର ବିଦ୍ୟାକୁ ଲୋକମାନେ ବିଶ୍ୱାସ କରୁନଥିବା ବେଳେ ଏଠାରେ କିନ୍ତୁ ମା’ଙ୍କ ଶକ୍ତିକୁ ସମସ୍ତେ ବିଶ୍ୱାସ କରନ୍ତି। ମନ୍ଦିର ଆଖପାଖରେ ଥିବା ଅଘୋରୀ ଓ ସାଧୁଙ୍କ କହିବାନୁସାରେ କଳାଯାଦୁ ଓ ଅଭିଶାପରୁ ମୁକ୍ତି ଦେବାରେ ଏହି ମନ୍ଦିରର କ୍ଷମତା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.