ସରୁ ନାହିଁ କଂଗ୍ରେସ କନ୍ଦଳ : କାରଣ ଦର୍ଶାଅ ନୋଟିସର ଲିଖିତ ଉତ୍ତର ରଖିଲେ ବିଧାୟକ ସୁରେଶ ରାଉତରାୟ, କହିଲେ ଶୃଙ୍ଖଳା କମିଟି ଆକସନ୍‌କୁ ମୋର ଡର ଭୟ କି ଖାତିର ନାହିଁ

ଭୁବନେଶ୍ବର(କେନ୍ୟୁଜ୍): ସରୁ ନାହିଁ କଂଗ୍ରେସ କନ୍ଦଳ । ରାଜ୍ୟ କଂଗ୍ରେସ ଭବନରେ ପହଞ୍ଚି କାରଣ ଦର୍ଶାଅ ନୋଟିସ ଲିଖିତ ଉତ୍ତର ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ତାଙ୍କ ବିରୋଧରେ ଆକ୍ସନ ନେବାକୁ କହିଛନ୍ତି । ଲିଖିତ ଉତ୍ତର ରଖିବା ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି ଆକ୍ସନ ନିଅନ୍ତୁ, ଫରକ ପଡିବନି ।

କଂଗ୍ରେସ ଦଳର ସଭାପତି କିଏ ହେବ ସେ ନେଇ ଗଣମାଧ୍ୟରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ସୁରେଶ ରାଉତରାୟ । ଏ ଖବର କଂଗ୍ରେସ ଦଳ ପାଇଁ କ୍ଷତିକାରକ। ଏଥିପାଇଁ ଦଳ ସମାଲୋଚିତ ହେବା ସହ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି। କେଉଁ ପରିସ୍ଥିତିରେ ଏଭଳି ମନ୍ତବ୍ୟ ଦେଲେ, ସେ ସମ୍ପର୍କରେ ଉତ୍ତର ମାଗିଥିଲେ ପିସିସି ସଭାପତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.