Below header

ଭଦ୍ରକ ମୁଖ୍ୟ ଚିକିତ୍ସାଳୟର ଶିଶୁ ୱାର୍ଡ : ମୋବାଇଲ ଲୁଟିଥିବା ଯୁବକକୁ କାବୁ କଲେ ଲୋକେ

ଭଦ୍ରକ(କେନ୍ୟୁଜ୍) : ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଶିଶୁ ୱାର୍ଡ ର ଥିବା ରୋଗୀ ଅବିଭାବକଙ୍କ ଠାରୁ ମୋବାଇଲ ଲୁଟିଥିବା ଜଣେ ଯୁବକକୁ କାବୁ କରିଛନ୍ତି ସାଧାରଣ ଲୋକେ । ଏହି ଯୁବକ ଜଣକ ରୋଗୀ ଅଭିଭାବକଙ୍କ ବ୍ୟସ୍ତତାର ସୁଯୋଗ ନେଇ ସେମାନଙ୍କ ଠାରୁ ମୋବାଇଲ ଚୋରି କରିଥାଏ । ସେହିପରି ଆଜି ରାତିରେ ଭଦ୍ରକ ପୁରୁଣା ବଜାର ଅଂଚଳ ର ଜଣେ ଯୁବକ କୌଶଳ କ୍ରମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଶିଶୁ ୱାର୍ଡ ରେ ପହଂଚି ସନ୍ଦେହ ଜନକ ଭାବେ ବୁଲୁଥିଲେ ।

ସେଠାରେ ଜଣେ ମହିଳା ତାଙ୍କ ପିଲାର ଦେହ ସୁସ୍ଥ ନ ଥିବାରୁ ବେସ୍ତ ବିବ୍ରତ ହୋଇ ରହିଥିଲେ । ସେହି ସୁଯୋଗ ରେ ସେହି ଯୁବକ ଜଣଙ୍କ ମହିଳାଙ୍କ ମୋବାଇଲ ଫୋନ କୁ ନେଇ ଯାଇଥିଲେ । ପରେ ଏହା ଜାଣି ସେହି ଯୁବକ ଜଣଙ୍କୁ ମେଡିକାଲ ପରିସରରେ ଥିବା ଲୋକମାନେ କାବୁ କରିଥିଲେ । ଏହାକୁ ନେଇ ସେଠାରେ ଉତ୍ତେଜନା ଲାଗିଥିଲା । ଖବର ପାଇ ଭଦ୍ରକ ଟାଉନ ପୋଲିସ ପହଂଚି ସେହି ଯୁବକ ଜଣଙ୍କୁ ଥାନା କୁ ଆଣି ଅଟକ ରଖିବା ସହିତ ଚୋରି ସମ୍ପର୍କ ରେ ପଚରା ଉଚରା କରୁଛି । ସେହିପରି ସେହି ଯୁବକ ଜଣଙ୍କ ମଧ୍ୟ ଅନ୍ୟ ଜଣେ ଲୋକ ର ସାଇକେଲ ମଧ୍ୟ ନେଇ ଯାଇଥିବା ଅଭିଯୋଗ କରିଛନ୍ତି ଅନ୍ୟ ଜଣେ ରୋଗୀଙ୍କ ଅବିଭାବକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.