Below header

ପିଲାଙ୍କ ଭବିଷ୍ୟକୁ ଧ୍ୟାନରେ ରଖି ନିଜ ଆଡୁ ମୋହଲ୍ଲା କ୍ଲାସ କରୁଛନ୍ତି ଶିକ୍ଷକ

କାଲିମେଳା (କେନ୍ୟୁଜ) : ଆମ ଜୀବନ ଉପରେ ଯେମିତି ଯଞ୍ଜାଳ ହୋଇ ଛିଡା ହୋଇଛି ମହାମାରୀ କରୋନା। ଏହି ମହାମାରୀ ପାଇଁ ଏବେ ବିଷମ ପରିସ୍ଥିତି ନେଇ ଗତି କରୁଛି ସାରାଦେଶ। ତେବେ ମହାମାରୀର ସିଧାସଳଖ ପ୍ରଭାବ ଶିକ୍ଷାନୁଷ୍ଠାନ ଉପରେ ପଡିଛି। ଦେଢ଼ ବର୍ଷ ହେଲାଣି ଯେମିତି ପାଠପଢ଼ା ଏକଦମ୍‌ ଠପ୍‌ ହୋଇଯାଇଛି।

ଅନଲାଇନରେ ପାଠ ପଢ଼ା ଚାଲିଛି କିନ୍ତୁ ଯେଉଁମାନଙ୍କ ପାଖରେ ମୋବାଇଲ ନାହିଁ କିମ୍ବା ଅପହଞ୍ଚ ଇଲାକା ଯେଉଁଠି ମୋବାଇଲ ସେବା ପହଁଚିପାରୁନାହିଁ ସେମାନେ କେମିତି ପାଠ ପଢ଼ିବେ। ଏହିଭଳି ସମୟରେ ପିଲାଙ୍କ ପାଖରେ ପହଞ୍ଚିବା ପାଇଁ ଏକ ନୂଆ ବାଟ ଦେଖାଇଛି ଛତିଶଗଡ଼ ସରକାର l ମୋହଲ୍ଲା କ୍ଲାସ ମାଧ୍ୟମରେ ଦୁର୍ଗମ ଏବଂ ଅପହଞ୍ଚ ଅଞ୍ଚଳର ପିଲାଙ୍କ ନିକଟରେ ପାଠ ପହଞ୍ଚାଇବାରେ ସଫଳ ହୋଇଛନ୍ତି ଛତିଶଗଡ ସରକାର। ଓଡିଶା ସରକାରଙ୍କ ପାଖରେ ଏହି ମୋହଲ୍ଲା କ୍ଲାସ ରଖାଯାଇଛି। କିନ୍ତୁ ସରକାରଙ୍କ ନିଷ୍ପତ୍ତି ଶୁଣିବା ପୂର୍ବରୁ ଆଗୁଆ ଛାତ୍ରଛାତ୍ରୀ ମାନଙ୍କ ପାଖରେ ପହଁଚି ଶିକ୍ଷାଦାନ ଆରମ୍ଭ କରିଦେଇଛନ୍ତି ଜବାନପାଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ।

ଉପାନ୍ତ ଅଞ୍ଚଳକୁ ଯାଇ ଅଭିନବ ଉପାୟରେ ମୋହଲ୍ଲା କ୍ଲାସ କରୁଛନ୍ତି ଶିକ୍ଷକ। ଉଭୟ ଛାତ୍ରଛାତ୍ରୀ ଅବିଭାବକ ଏବଂ ଶିକ୍ଷକ ଏନେଇ ବହୁତ ଖୁସି ଅଛନ୍ତି। ପିଲାମାନେ ବି ବହୁତ ସୁନ୍ଦର ଭାବେ ଶିକ୍ଷକଙ୍କ ପ୍ରତିଟି କଥାକୁ ଭଲଭାବେ ଗ୍ରହଣ କରି ଶିକ୍ଷାଦାନ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.