ଦିଶାଙ୍କ ମେହେନ୍ଦୀ ରସମ ପୋଷ୍ଟ ହେଲା ଭାଇରାଲ, ଦେଖନ୍ତୁ

ଟେଲି ଦୁନିଆର ଅଭିନେତ୍ରୀ ଦିଶା ପରମାର ଏବଂ ସିଙ୍ଗର ରାହୁଲ ବୈଦ୍ୟ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ୧୬ ଜୁଲାଇ ୨୦୨୧ ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଏହି ଯୋଡିଙ୍କ ଅନେକ ଫଟୋ ଭାଇରାଲ ହେଉଛି ।

ବିବାହ ପୂର୍ବରୁ ଏବେ ଦିଶା ପରମାରଙ୍କ ମେହେନ୍ଦୀ ପୋଷ୍ଟ ଭାଇରାଲ ହେଉଛି । ୧୪ ଜୁଲାଇରେ ହୋଇଥିବା ମେହେନ୍ଦୀ ରସମରେ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି । ଏହି ପୋଷ୍ଟରେ ଦିଶା କ୍ରୀମ ପ୍ୟାଣ୍ଟସ୍ ସହ ପିଙ୍କ କଲରର କୁର୍ତା ଏବଂ ଟ୍ରେଜଲ୍ଡର ଦୁପଟା ପିନ୍ଧିଛନ୍ତି । ଏହି ପୋଷ୍ଟରେ ଦିଶା ବହୁତ ଖୁସି ଥିବାର ଦେଖାଯାଉଛି । ମେହେନ୍ଦୀ ଆଉଟଫିଟରେ ଖୁବ ସୁନ୍ଦର ଦେଖାଯାଉଛନ୍ତି ଦିଶା ।

କେବଳ ଦିଶା ନୁହେଁ ବରଂ ରାହୁଲ ବୈଦ୍ୟ ହାଣ୍ଡସମ ଲୁକରେ ନଜର ଆସିଛନ୍ତି । ଏହି ସେଲିବ୍ରେସନରେ ପୁରା ପରିବାର ଏକାଠି ଥିଲେ । ଏହି ଯୋଡି ନିଜ ବିବାହକୁ ନେଇ ବେଶ ଖୁସି ଥିବାର ଜଣାପଡିଛି ।

 

View this post on Instagram

 

A post shared by Dishul (@dishul.fc)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.