Below header

ସସପେଣ୍ଡ ଉଠିବା ପରେ କଂଗ୍ରେସରୁ ନିର୍ବାଚନ ଲଢିବି: ମହମ୍ମଦ ମୋକିମ

କଂଗ୍ରେସର ତୃଣମୂଳ ସ୍ତରର ନେତା। ମୁଁ ମୋ ନିର୍ବାଚନ ମଣ୍ଡଳୀରେ ଅଛି । ଖୁବଶୀଘ୍ର ଦଳ ଗ୍ରହଣ କରି ଦାୟିତ୍ବ ଫେରାଇବ ବୋଲି କହିଛନ୍ତି ମୋକିମ୍

କଟକ(କେନ୍ୟୁଜ୍): ଖୁବଶୀଘ୍ର ଉଠିବ ସସପେଣ୍ଡ । କଂଗ୍ରେସରୁ ଲଢ଼ିବି ନିର୍ବାଚନ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ନିଲମ୍ବିତ ବିଧାୟକ ମହମ୍ମଦ ମୋକିମ । ସେ କହିଛନ୍ତି, ସସପେଣ୍ଡ ଉଠିବା ପରେ କଂଗ୍ରେସରୁ ନିର୍ବାଚନ ଲଢିବି । କଂଗ୍ରେସର ତୃଣମୂଳ ସ୍ତରର ନେତା। ମୁଁ ମୋ ନିର୍ବାଚନ ମଣ୍ଡଳୀରେ ଅଛି । ଖୁବଶୀଘ୍ର ଦଳ ଗ୍ରହଣ କରି ଦାୟିତ୍ବ ଫେରାଇବ ବୋଲି କହିଛନ୍ତି ମୋକିମ୍ ।

ପୂଜା ମଣ୍ଡପରେ ପିସିସି ସଭାପତିଙ୍କ ସହ ଦେଖା ହେଲା । ଆକସ୍ମିକ ଦେଖା ହେଲା କିନ୍ତୁ ସାକ୍ଷାତ ଭଲ ଥିଲା ବୋଲି କହିଛନ୍ତି ମୋକିମ୍। ସେପଟେ ପିସିସି ସଭାପତି କହିଛନ୍ତି, ମୋକିମଙ୍କ ନିଲମ୍ବନ ପ୍ରତ୍ୟାହାର ହେଲେ ସ୍ବାଗତ କରିବୁ। ମୋକିମଙ୍କ ପ୍ରତ୍ୟାହାର ଏଆଇସିସି ଉପରେ ନିର୍ଭର କରେ । ଖୁବଶୀଘ୍ର ମୋକିଙ୍କ ନିଲମ୍ବନ ପ୍ରତ୍ୟାହର ହେବ ବୋଲି ଆଶା ଥିବା କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.