ଓଡ଼ିଶାରେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶାରେ ଆରଏସଏସ ମୁଖ୍ୟ । ୧୦ ଦିନିଆ ଗସ୍ତରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ମୋହନ ଭାଗବତ । କିଛି ସମୟ ପରେ ଭୁବନେଶ୍ୱରରେ ଆରମ୍ଭ ହେବ ୧୦ ଦିନିଆ କାର୍ଯ୍ୟକ୍ରମ । ଓଡ଼ିଶାରେ ପ୍ରଥମ ଥର ପାଇଁ ଅଖିଳ ଭାରତୀୟ କାର୍ଯ୍ୟକାରୀମଣ୍ଡଳ ବୈଠକ ଅନୁଷ୍ଠିତ ହେବ । ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସମେତ ସରକାର୍ଯ୍ୟବାହ ଭୈୟାଜୀ ଜୋଶୀ, ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଜେ.ପି. ନଡ୍ଡା ପ୍ରମୁଖ ଉପସ୍ଥିତ ରହିବେ । ଏହାସହ ଦେଶର ସମସ୍ତ ପ୍ରାନ୍ତୀୟ ସ୍ତରର ସଂଘଚାଳକ, ପ୍ରାନ୍ତ ପ୍ରଚାରକ ସମେତ ୩୮୦ ଜଣ ସାମିଲ ହୋଇଛନ୍ତି । ଓଡ଼ିଶାରେ ପ୍ରଥମ ଥର ପାଇଁ ଅଖିଳଭାରତୀୟ କାର୍ଯ୍ୟକାରୀମଣ୍ଡଳ ବୈଠକ ହେବ । ଆଗକୁ ବିଜେପୁର ଉପ ନିର୍ବାଚନ ତାହା ପୂର୍ବରୁ ଆରଏସଏସର ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.