କେନ୍ଦୁଝରରେ ଆବଶ୍ୟକୀୟ ପ୍ରଦୂଷଣ ଟେଷ୍ଟିଂ ସେଣ୍ଟର ନଥିବାରୁ ହନ୍ତସନ୍ତ ହେଉଛନ୍ତି ଲୋକେ, ମୁହଁ ଖୋଲିନାହାନ୍ତି ଜିଲ୍ଲା ପରିବହନ ଅଧିକାରୀ

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝରରେ ନାହିଁ ଅବଶ୍ୟକୀୟ ପ୍ରଦୂଷଣ ଟେଷ୍ଟିଂ ସେଣ୍ଟର । ପ୍ରତିଦିନ ଶହ ଶହ ସଂଖ୍ୟାରେ ଲୋକେ ପ୍ରଦୂଷଣ ଟେଷ୍ଟିଂ ସେଣ୍ଟର ସମ୍ମୁଖରେ ଧାଡି ଲଗାଉଛନ୍ତି । କିନ୍ତୁ ପ୍ରଦୂଷଣ ପରୀକ୍ଷା ନକରିପାରି ବାଧ୍ୟ ହୋଇ ଘରକୁ ଫେରୁଛନ୍ତି । ଗାଡିର ପ୍ରଦୂଷଣ ପରୀକ୍ଷା କରିବାକୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାରେ ପରିବହନ ଅଧିକାରୀଙ୍କ ନିକଟରେ ୩୫ ହଜାରରୁ ଅଧିକ ବିଭିନ୍ନ ପ୍ରକାର ଗାଡି ପଞ୍ଜିକରଣ ହୋଇଛି । ଏସବୁ ଗାଡି ପାଇଁ ଜିଲ୍ଲାରେ ଅଛି ମାତ୍ର ୭ଟି ପ୍ରଦୂଷଣ ଟେଷ୍ଟିଂ ସେଣ୍ଟର । ଏଭଳି ସ୍ଥିତିରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା ସମୟ ସୀମା ମଧ୍ୟରେ ପ୍ରଦୂଷଣ ସାର୍ଟିଫିକେଟ ପାଇପାରିବେ ନା ନାହିଁ ସେନେଇ ଚିନ୍ତାରେ ଗାଡି ମାଲିକମାନେ । ସେପଟେ ଏନେଇ ମୁହଁ ଖୋଲିନାହାନ୍ତି ଜିଲ୍ଲା ପରିବହନ ଅଧିକାରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.