Below header

ଆସନ୍ତା ସପ୍ତାହ ଭିତରେ ରାଜ୍ୟରେ ପ୍ରବେଶ କରିବ ମୌସୁମୀ, ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

ଆସନ୍ତା ସପ୍ତାହ ଭିତରେ ରାଜ୍ୟରେ ପ୍ରବେଶ କରିବ ମୌସୁମୀ । ଆଜି ଏହା ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟରେ ମୌସୁମୀ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି । ଏଭିତରେ କିଛି ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି । ଫଳରେ ଅସହ୍ୟ ଗରମ ଓ ଗୁଳୁଗୁଳିରୁ ରାଜ୍ୟବାସୀଙ୍କ କିଛିଟା ଆଶ୍ୱସ୍ତି ମିଳିଛି । ଗତକାଲିଠାରୁ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଏଭଳି ବର୍ଷା ଲାଗି ରହିବ । କିଛି ସ୍ଥାନରେ କାଳ ବୈଶାଖି ବର୍ଷାର ମଧ୍ୟ ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.