ସପ୍ତମ ଥର ସମ୍ରାଟ ହେଲା ଟିମ୍ ଇଣ୍ଡିଆ, ପାକିସ୍ତାନକୁ ୮୯ ରନରେ ହରାଇ ବିଜୟ ମୁକୁଟ ପିନ୍ଧିଲା ବିରାଟ ବାହିନୀ

ସପ୍ତମ ଥର ବି ସମ୍ରାଟ ହେଲା ଭାରତ । ବିଶ୍ବକପରେ ଲଗାତାର ସପ୍ତମ ଥର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକକୁ ମାତ୍ ଦେଲା ଟିମ୍ ଇଣ୍ଡିଆ । ଆଉ ପିନ୍ଧିଲା ବିଜୟ ମୁକୁଟ । ଆଜି ମାଞ୍ଚେଷ୍ଟରରେ ଚୌକା ଛକା ବର୍ଷା କରିଛି ବିରାଟ ବାହିନୀ । ଟିମ୍ ଇଣ୍ଡିଆର ବିସ୍ଫୋଟକ ବ୍ୟାଟିଂ ଏବଂ ଘାତକ ବୋଲିଂ ଆଗରେ ଆଣ୍ଠେଇ ପଡିଲା ସରଫରାଜଙ୍କ ଟିମ୍ । ଭାରତ ଦେଇଥିବା ୩୩୭ ରନର ବିଶାଳ ବିଜୟ ଲକ୍ଷକୁ ଛୁଇଁ ପାରିଲାନି ପାକ୍ । ଆଉ ୨୧୨ ରନରେ ହୋଇଗଲା ଧରାସାୟୀ ।

ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ଆଉ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ତେବେ ଆରମ୍ଭରୁ ହିଁ ଆକ୍ରମଣ କରିଥିଲେ ବିରାଟ ବାହିନୀ । ରୋହିତ ଶର୍ମାଙ୍କ ଶତକୀୟ ଇନିଂସ କ୍ରିକେଟ୍ ପ୍ରେମୀଙ୍କୁ ଖୁସ୍ କରିଛି । ଶିଖରଙ୍କ ଅନୁପସ୍ଥିତିରେ ରୋହିତଙ୍କ ସହ ଓପନିଂ କରିବାକୁ ଆସିଥିଲେ କେ ଏଲ ରାହୁଲ । ଆରମ୍ଭରୁ ମହମ୍ମଦ ଆମୀରଙ୍କୁ ଦେଖିଚାହିଁ ଖେଳିଥିଲେ ଦୁଇ ଓପନର। ଆମୀର ପ୍ରଥମ ୪ ଓଭରରେ ଦେଇଥିଲେ ମାତ୍ର ୮ରନ୍ । ଆମୀରଙ୍କ ସ୍ପେଲ ସରିବା ପରେ ଭାରତର ସ୍କୋର ଦ୍ରୁତ ଗତିରେ ଆଗକୁ ବଢିଥିଲା। ୧୩୬ରନ୍ରେ ପ୍ରଥମ ୱିକେଟ ପଡିଥିଲା। ୫୭ରନ୍ କରି ପ୍ରଥମେ ଆଉଟ ହୋଇଥିଲେ କେ ଏଲ ରାହୁଲ।

indian teamଏହାପରେ ବିରାଟ-ରୋହିତଙ୍କ ଯୋଡ଼ି କରିଥିଲେ ବିସ୍ଫୋରକ ବ୍ୟାଟିଂ । ୨୩୪ରନରେ ରୋହିତ ଶର୍ମାଙ୍କୁ ହରାଇଥିବା ବେଳେ ସ୍କୋର ୨୮୫ ରନରେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ୧୪୦ରନ୍ କରି ଆଉଟ ହୋଇଥିଲେ ରୋହିତ । ୧୧୩ଟି ବଲରେ ୩ଟି ଛକ୍କା ଓ ୧୪ଟି ଚୌକା କରିଥିଲେ । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୧୯ଟି ବଲରେ ୨ଟି ଚୌକା ଓ ଗୋଟିଏ ଛକ୍କା ବଳରେ ୨୬ ରନ କରିଥିଲେ । ପାକସ୍ତାନର ୪ର୍ଥ ଶିକାର ହୋଇଥିଲେ ମହେନ୍ଦ୍ର ସିଂହ ଧୋନି। ମାତ୍ର ୧ ରନ କରି ପାଭିଲିୟନ ଫେରିଥିଲେ । ଧୋନି ଆଉଟ୍ ହେବା ସମୟରେ ଭାରତର ସ୍କୋର ୪୫.୧ ଓଭରରେ ୨୯୮ ରନ୍ ପହଂଚି ସାରିଥିଲା ।

ତେବେ ଭାରତର ସ୍କୋର ୪୭ ଓଭରରେ ୩୦୫ ରନ ହୋଇଥିବା ବେଳେ ଆରମ୍ଭ ହୋଇଥିଲା ବର୍ଷା । ଯାହା ଫଳରେ କିଛି ସମୟ ପାଇଁ ଅଟକି ଯାଇଥିଲା ଖେଳ । ପୁଣି ମ୍ୟାଚ୍ ଆରମ୍ଭ ହେବା ପରେ ୩୧ ରନ ଯୋଡି ପାକିସ୍ତାନ ଆଗରେ ରନର ପାହାଡ ଛିଡା କରିଥିଲା ଭାରତ । ବର୍ଷା ସତ୍ତ୍ବେ ୩୩୬ ରନର ସ୍କୋର ଛିଡା କରିଥିଲା ବିରାଟ ବ୍ରିଗେଡ୍ ।

ଭାରତ ଧାର୍ଯ୍ୟ କରିଥିବା ୩୩୭ ରନର ବିଶାଳ ସ୍କୋରକୁ ପିଛା କରିବାକୁ ଯାଇ ମଇଦାନକୁ ଓହ୍ଲାଇଥିବା ପାକିସ୍ତାନର ଆରମ୍ଭ କିନ୍ତୁ ନୈରାଶ୍ୟଜନକ ଥିଲା । ଭୁବନେଶ୍ୱର କୁମାର ନିଜର ପଞ୍ଚମ ଓଭରରେ ଆଘାତ ପାଇଁ ପାଭିଲିୟନ ଫେରିବା ପରେ, ନିଜର ପ୍ରଥମ ଓଭରର ପଞ୍ଚମ ବଲରେ ଇମାମଙ୍କୁ ଆଉଟ କରି ବିଜୟ ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ଏହା ପରେ ଆଜମ ଏବଂ ବାବର ୧୦୪ ରନର ପାଟନରସିପ କରି ପାକିସ୍ତାନର ପାରିକୁ ଖୁବ ଭଲ ଭାବରେ ସମ୍ଭାଳିଥିଲେ ମଧ୍ୟ କୁଲଦୀପ ଯାଦବ ବାବରଙ୍କୁ କ୍ଲିନ ବୋଲଡ କରି ପାଭିଲିୟନ ଫେରାଇ ଦେଇଥିଲେ ।

ଦ୍ଵିତୀୟ ୱିକେଟର ପତନ ପରେ ଭାରତୀୟ ବୋଲରମାନେ ପାକିସ୍ତାନୀ ବ୍ୟାଟ୍ସମ୍ୟାନଙ୍କ ଉପରେ ଖୁବ ହାବି ହୋଇଥିଲେ ଏବଂ ଖୁବଶୀଘ୍ର କୁଲଦୀପ ୬୨ ରନରେ ଫଖର ଜମାନଙ୍କୁ ଆଉଟ କରିଥିଲେ । ପରେ ପରେ ଭାରତର ଷ୍ଟାର ଅଲରାଉଣ୍ଡର ପାଣ୍ଡ୍ୟା ଦୁଇଟି ବଲରେ ଦୁଇଟି ୱିକେଟ ନେଇ ପାକିସ୍ତାନ ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।

ଏହା ପରେ ବର୍ଷା ମ୍ୟାଚକୁ କିଛି ସମୟ ପାଇଁ ସ୍ଥଗିତ ରଖା ଯାଇଥିଲା ଏବଂ ଏହାପରେ ପାକିସ୍ତାନ ଟିମ ୪୦ ଓଭରରେ ସଂଶୋଧିତ ଲକ୍ଷ ୩୦୨କୁ ଚେଜ କରି ୬ ଵିକେଟ ହରାଇ ମାତ୍ର ୨୧୨ ରନ ହିଁ ସଂଗ୍ରହ କରିପାରିଥିଲା । ଏହି ବିଜୟ ସହ ଭାରତ ପାକିସ୍ତାନକୁ ଲଗାତର ୭ମ ଥର ପାଇଁ ହରାଇ ବିଶ୍ୱକପରେ ନିଜର ବିଜୟ ଧାରାକୁ ଅବ୍ୟାହତ ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.