ସ୍ନାନପୂର୍ଣ୍ଣିମା ପାଇଁ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା କଡ଼ାକଡି କଲା ପୋଲିସ, ପଢନ୍ତୁ କେମତି ଜଗାକୁ କରିବେ ଦର୍ଶନ

ପୁରୀ : ସ୍ନାନପୂର୍ଣ୍ଣିମା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ । ଏଥିପାଇଁ ଟ୍ରାଫିକ ବ୍ୟବସ୍ଥାରେ ପୁରୀକୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଗୋଟିଏ ଜୋନ ମାଳତୀପାଟପୁରରେ ରହିବ। ଅନ୍ୟ ୩ଟି ଜୋନ୍‌ ସହର ଭିତରେ ରହିବ। ହାଲୁକା ଯାନର ପାର୍କିଂ ପାଇଁ ୯ଟି ସ୍ଥାନ ରଖାଯାଇଛି। ପୁରୀକୁ ଆସୁଥିବା ଚାରି ଚକିଆ ଗାଡ଼ି ଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥାନରେ ରହିବେ। ଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥାନ ଭର୍ତ୍ତି ହେବା ପରେ ଗାଡ଼ିଗୁଡିକ ଶରଧାବାଲି ପାର୍କିଂ ସ୍ଥାନରେ ରହିବ। ଏଠାରେ ପାର୍କିଂ ସ୍ଥାନ ଭର୍ତ୍ତି ହେବା ପରେ ଏସ୍‌ଏସ୍‌ସି କଲେଜ ଓ ଜିଲ୍ଲା ସ୍କୁଲ ପାର୍କିଂ ସ୍ଥାନରେ ଗାଡ଼ି ରଖିବାକୁ ବ୍ୟବସ୍ଥା କରାଯାଇଛି। ବଡ଼ଦାଣ୍ଡର ପୂର୍ବପଟ ଟାଉନଥାନାରୁ ମାର୍କେଟ ଛକ ପର୍ଯ୍ୟନ୍ତ ଦୁଇ ଚକିଆ ଗାଡ଼ି ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ସବୁ ଯାତ୍ରୀବାହୀ ବସ୍‌ ମ୍ୟୁନିସ୍‌ପାଲିଟି ବସ୍‌ ଷ୍ଟାଣ୍ଡ ଆସି ଗନ୍ତବ୍ୟ ସ୍ତଳକୁ ଫେରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.