ସପ୍ତାହେ ବିଳମ୍ବରେ କେରଳ ଛୁଇଁଲା ମୌସୁମୀ ବାୟୁ, ପୂର୍ବାନୁମାନ କରିଛି IMD

କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଞ୍ଚଳରେ ମୌସୁମୀ ପ୍ରବେଶ କରିଛି। ଏହା ୪୮ ଘଣ୍ଟା ମଧ୍ୟରେ ଉତ୍ତର-ପୂର୍ବ ଭାରତ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏବେ କେରଳରେ ମୌସୁମୀ ବର୍ଷା ଲାଗି ରହିଛି ।

କେନ୍ୟୁଜ୍(ବ୍ୟୁରୋ): କେରଳ ଛୁଇଁଲା ମୌସୁମୀ । ସପ୍ତାହେ ବିଳମ୍ବରେ କେରଳ ଛୁଇଁଲା ମୌସୁମୀ ବାୟୁ । ଦକ୍ଷିଣ ଆରବସାଗର ଓ କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଞ୍ଚଳରେ ମୌସୁମୀ ପ୍ରବେଶ କରିଛି। ଏହା ୪୮ ଘଣ୍ଟା ମଧ୍ୟରେ ଉତ୍ତର-ପୂର୍ବ ଭାରତ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏବେ କେରଳରେ ମୌସୁମୀ ବର୍ଷା ଲାଗି ରହିଛି ।

ଯେହେତୁ ଏକ ସପ୍ତାହ ବିଳମ୍ବରେ କେରଳରେ ମୌସୁମୀ ଛୁଇଁଛି ତେଣୁ ଓଡ଼ିଶାରେ ମୌସୁମୀ ପହଂଚିବା ବିଳମ୍ବ ହୋଇପାରେ । ସ୍ୱାଭାବିକ ଭାବରେ ଜୁନ୍‌ ୧୧ ତାରିଖରେ ଓଡ଼ିଶା ଛୁଇଁଥାଏ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପରବର୍ତ୍ତୀ ୪-୫ ଦିନରେ ସାରା ରାଜ୍ୟକୁ ଛୁଇଁଥାଏ । କେରଳ ବିଳମ୍ବରେ ପହଞ୍ଚିଥିବାରୁ ଓଡ଼ିଶା ଆସିବା ବିଳମ୍ବ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.