ରୁଷ୍‌ ଧ୍ୱଂସ କଲା ବନ୍ଧ, ୟୁକ୍ରେନରେ ପ୍ରଳୟଙ୍କରୀ ବନ୍ୟା…

ବିଗତ ଦେଢ଼ ବର୍ଷ ଧରି ରୁଷ୍‌ ସହ ଯୁଦ୍ଧ ଲଢ଼ୁଛି ୟୁକ୍ରେନ। ଏହି ଯୁଦ୍ଧରେ ୟୁକ୍ରେନର ଅଧିକାଂଶ ସହର ବର୍ବାଦ ହୋଇଯାଇଛି। ବର୍ତ୍ତମାନ ସେଠାକାର ସବୁଠୁ ବଡ଼ ବନ୍ଧକୁ ଧ୍ୱଂସ କରିଦେଇଛି ରୁଷୀୟ ସେନା, ଯେଉଁ କାରଣରୁ ଦେଶରେ ପ୍ରଳୟଙ୍କରୀ ବନ୍ୟା ମାଡ଼ି ଆସିଛି।

ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦମିତ୍ରୋ କୁଲେବା ସୋସିଆଲ ମିଡିଆରେ କହିଛନ୍ତି ଯେ ରୁଷ୍‌ ହଜାର ହଜାର ନାଗରିକଙ୍କୁ ବିପଦରେ ପକାଇ କାଖୋଭକା ବନ୍ଧକୁ ନଷ୍ଟ କରିଦେଇଛି, ଯାହାକି ଏକ ଜଘନ୍ୟ ଯୁଦ୍ଧ ଅପରାଧ।

ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଯେଉଁ ବନ୍ଧ ଭାଙ୍ଗିଛି, ତାହା ଏକ ପରମାଣୁ ପ୍ଲାଣ୍ଟ୍‌ ପାଖରେ ରହିଛି। ତେଣୁ ବନ୍ୟାରେ ବିପର୍ଯ୍ୟୟ ସହିତ ଆଟୋମିକ୍‌ ରାଡିଏସନ ବ୍ୟାପିବାର ମଧ୍ୟ ଆଶଙ୍କା ଦେଖାଦେଇଛି। ବନ୍ଧ ଭାଙ୍ଗିବା ପରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ୟୁକ୍ରେନର ତଳିଆ ଅଞ୍ଚଳକୁ ବୁଡ଼ାଇ ଦେଇଛି। ଫଳରେ ସ୍ଥାନୀୟ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ପଡ଼ୁଛି।

ରିପୋର୍ଟ ମୁତାବକ, ଖେରସନ୍‌ ଅଞ୍ଚଳରେ ବନ୍ଧ ଭାଙ୍ଗିବା ପରେ ଗତ ୪୮ ଘଣ୍ଟା ମଧ୍ୟରେ ୧,୫୦୦ରୁ ଅଧିକ ଲୋକ ସ୍ଥାନାନ୍ତର ହୋଇଛନ୍ତି। ଅନେକ ଲୋକ ନିଖୋଜ ଥିବା ଖବର ରହିଛି। ବନ୍ଧ ଥିବା ଅଞ୍ଚଳରେ ୧୭,୦୦୦ରୁ ଅଧିକ ଲେକଙ୍କୁ ବାହାର କରିବାକୁ ଚେଷ୍ଟା ଜାରି ରହିଛି। ୟୁକ୍ରେନର ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ଦେଶର ୨୪ଟି ଗାଁରେ ବନ୍ୟାପାଣି ପଶିଯାଇଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.