ଟାଟୁକୁ ଦେଖି ମୃତଦେହ ଚିହ୍ନଟ କଲେ ପରିବାର ଲୋକ, ୬ ଦିନ ପରେ ମିଳିଲା ପଶ୍ଚିମବଙ୍ଗ ଯୁବକଙ୍କ ପରିଚୟ

୨ ତାରିଖଠାରୁ ନିଖୋଜ ଥିଲେ । ବାହାନଗାରୁ ବାଲେଶ୍ୱର, ସୋର, ଭଦ୍ରକ, କଟକରେ ପାଗଳ ପରି ଖୋଜି ବୁଲୁଥିଲେ ପତ୍ନୀ ଓ ପରିବାର ଲୋକ । ଶେଷରେ ଭୁବନେଶ୍ୱର ଏମ୍‌ସରେ ମୃତଦେହକୁ ଚିହ୍ନଟ କରିଛନ୍ତି ସମ୍ପର୍କୀୟ ।

କେନ୍ୟୁଜ୍(ବ୍ୟୁରୋ): ଟାଟୁ ଚିହ୍ନେଇ ଦେଲା ମୃତଦେହ । ଟ୍ରେନ୍‌ ଦୁର୍ଘଟଣାର ୬ ଦିନ ପରେ ମିଳିଲା ପଶ୍ଚିମବଙ୍ଗ ଯୁବକଙ୍କ ପରିଚୟ । ୨ ତାରିଖଠାରୁ ନିଖୋଜ ଥିଲେ । ବାହାନଗାରୁ ବାଲେଶ୍ୱର, ସୋର, ଭଦ୍ରକ, କଟକରେ ପାଗଳ ପରି ଖୋଜି ବୁଲୁଥିଲେ ପତ୍ନୀ ଓ ପରିବାର ଲୋକ । ଶେଷରେ ଭୁବନେଶ୍ୱର ଏମ୍‌ସରେ ମୃତଦେହକୁ ଚିହ୍ନଟ କରିଛନ୍ତି ସମ୍ପର୍କୀୟ ।

TATOO

ହାତରେ ଥିବା ଟାଟୁ ଯୁବକଙ୍କୁ ଚିହ୍ନେଇ ଦେଇଛି । ମୃତକ ହେଲେ ପଶ୍ଚିମବଙ୍ଗ କୁଚ୍‌ବିହାର ଅଞ୍ଚଳର ହରିନାଥ ବର୍ମନ । ତାଙ୍କୁ ଖୋଜିବା ପାଇଁ ପତ୍ନୀ ବିୟୁଟି ବର୍ମନ ଓ ସଂପର୍କୀୟମାନେ ଓଡ଼ିଶା ଆସିଥିଲେ । ୬ ଦିନ ପରେ ଆଜି ହରିନାଥଙ୍କ ହାତରେ ଥିବା ଟାଟୁକୁ ଦେଖି ମୃତଦେହ ଚିହ୍ନଟ କରିଥିଲେ ପରିବାର ଲୋକ । ଏହାପରେ ତାଙ୍କ ପରିବାରକୁ ମେଡିକାଲ କର୍ତ୍ତୃପକ୍ଷ ମୃତଦେହ ହସ୍ତାନ୍ତର କରିଛନ୍ତି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.