Below header

ନଦୀ ବନ୍ଧର ପିଲାର୍‌ରେ ଫସିଛି ୧୨ ବର୍ଷର ବାଳକ, ୨ ଦିନରୁ ଥିଲା ନିଖୋଜ

ବିହାରର ରୋହତାସ୍‌ ଜିଲ୍ଲାରେ ସୋନ୍‌ ନଦୀ ବନ୍ଧର ପିଲାର୍‌ ଏବଂ ସ୍ଲାବ୍‌ ମଝିରେ ଏକ ୧୨ ବର୍ଷର ବାଳକ ଫସିରହିଛି। ବନ୍ଧର ୧ ନମ୍ବର ପିଲାର୍‌ ନିକଟରେ ଦୁଇଟି କାନ୍ଥ ମଝିରେ ବାଳକଟି ରହିଛି।

ବିହାରର ରୋହତାସ୍‌ ଜିଲ୍ଲାରେ ସୋନ୍‌ ନଦୀ ବନ୍ଧର ପିଲାର୍‌ ଏବଂ ସ୍ଲାବ୍‌ ମଝିରେ ଏକ ୧୨ ବର୍ଷର ବାଳକ ଫସିରହିଛି। ବନ୍ଧର ୧ ନମ୍ବର ପିଲାର୍‌ ନିକଟରେ ଦୁଇଟି କାନ୍ଥ ମଝିରେ ବାଳକଟି ରହିଛି। ବାଳକର ପରିଚୟ ଜଣାପଡ଼ିଛି। ସେ ହେଲେ ଭୋଲା ଶାହଙ୍କ ପୁଅ ରଞ୍ଜନ କୁମାର।

ରଞ୍ଜନ ଗତ ୨ ଦିନ ହେବ ଘରୁ ନିଖୋଜ ଥିଲେ। କୁହାଯାଉଛି କି, ସେ ମାନସିକ ରୂପେ ଦୁର୍ବଳ। ବନ୍ଧର ତଳ ଭାଗରେ ଫସିରହିଥିବା ବେଳେ ଜଣେ ମହିଳା ବାଳକର ପାଟି ଶୁଣିବାକୁ ପାଇଥିଲେ, ଯାହାପରେ ମହିଳା ଜଣକ ଏ ନେଇ ତାଙ୍କ ଘରଲୋକଙ୍କୁ ସୂଚନା ଦେଇଥିଲେ।

ଘରଲୋକେ ପହଞ୍ଚି ବାଳକକୁ ଉଦ୍ଧାର କରିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିଥିଲେ। ହେଲେ ଏଥିରେ ବିଫଳ ହେବାରୁ ଏ ନେଇ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ। ଖବର ପାଇ ବିଡିଓଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସଫଳ ହୋଇ ନ ଥିଲେ।

ପରେ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ସହ ଏନ୍‌ଡିଆର୍‌ଏଫ୍‌କୁ ମଧ୍ୟ ଖବର ଦିଆଯାଇଥିଲା। ପାଟନାରୁ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚି ବାଳକକୁ ସ୍ଲାବ୍‌ ମଝିରୁ ବାହାର କରିବାକୁ ଚେଷ୍ଟା ଚଳାଇଛି। ଜେସିବି ମେସିନ୍‌ ସହାୟତାରେ ପିଲାର୍‌ର କାନ୍ଥକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି। ସେପଟେ ବାଳକଟି ସୁସ୍ଥ ଅଛି। ତା’ ପାଖରେ ଅକ୍ସିଜେନ୍‌ ପହଞ୍ଚାଯାଉଛି। ଏଥିସହ ଖାଇବା ପାଇଁ ବିସ୍କୁଟ ମଧ୍ୟ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.