Below header

ମୟୂରଭଞ୍ଜ: ପୁଅକୁ କଚାଡି ମାରିଲା ବାପା

ମୟୂରଭଞ୍ଜ(କେନ୍ଯୁଜ୍): ନୃଶଂସ ବାପା। ପୁଅକୁ କଚାଡି ମାରିଲା ବାପା। ମୟୂରଭଞ୍ଜ ଶରତ ଥାନା ଲାବଣ୍ୟଦେଇପୁର ଗାଁରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା। ଅଭିଯୁକ୍ତ ମଧୁସିଂ ହେମ୍ରମ ମାନସିକ ବିକୃତ ବୋଲି ଜଣାପଡିଛ। କୌଣସି କାରଣକୁ ନେଇ ମଧୁସିଂଙ୍କର ପଡୋସୀଙ୍କ ସହ ଝଗଡା ହୋଇଥିଲା। ଏହାପରେ ଘରକୁ ଫେରି ପୁଅକୁ ପଥରରେ କଚାଡି ମାରିଥିଲା। ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା। ଗାଁଲୋକେ ଅଭିଯୁକ୍ତ ବାପା ମଧୁସିଂ ହେମ୍ରମକୁ କାବୁ କରି ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.