Below header

କଟକ : ୧୦ ଲକ୍ଷରୁ ଅଧିକ ଟଙ୍କାର ନକଲି ଜର୍ଦ୍ଦା ଓ ଗୁଟଖା ଜବତ

କଟକ(କେନ୍ୟୁଜ୍‌) : କଟକରେ ପୁଣି ସାମ୍ନାକୁ ଆସିଲା ନକଲି ଜର୍ଦ୍ଦା, ଗୁଟଖା କାରବାର । ମାଳ ମାଳ ନକଲି ଜର୍ଦ୍ଦା ଓ ଗୁଟ୍ଖା ଜବତ ହୋଇଛି କଟକ ମାଲଗୋଦାମ ଅଞ୍ଚଳରୁ । ମାଲଗୋଦାମ ଅଞ୍ଚଳରେ ତିନୋଟି ଗୋଦାମରେ ରେଡ କରି ୧୦ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ଜବତ କରିଛି ପୋଲିସ ।

ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ଓ ଫୁଡ ସେଫଟି ଅଧିକାରୀ ମଧ୍ୟ ଏହି ରେଡରେ ସାମିଲ ହୋଇଛନ୍ତି । ବିପୁଳ ପରିମାଣର ନକଲି ବୋତଲ ଗୁଣ୍ଡି, ହରିଡ଼ା ଖଣ୍ଡି ଓ ଜର୍ଦ୍ଦା ଜବତ ହୋଇଛି । ବିପୁଳ ପରିମାଣରେ ମୋଦକ ମଧ୍ୟ ଜବତ କରାଯାଇଛି ।

ସେହିପରି କଟକ ସଦର ଥାନା ଅଞ୍ଚଳ ମୁକାମେଶ୍ୱର ଅଞ୍ଚଳରେ ନକଲି ଜର୍ଦ୍ଦା ତିଆରି କାରଖାନାରେ ରେଡ କରିଛି ସଦର ଥାନା ପୋଲିସ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଧିକ ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.