ରିଭର୍ସ ଗିୟରରେ ଚାଲିବ Ola Electric ସ୍କୁଟର, ମାତ୍ର ୪୯୯ ଟଙ୍କାରେ କରନ୍ତୁ ବୁକିଂ

ଭାରତୀୟ ବଜାରରେ ଅଗଷ୍ଟ ୧୫ରେ Ola Electric ସ୍କୁଟର ଲଞ୍ଚ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି କମ୍ପାନୀର ସିଇଓ ଭବିଶ ଅଗ୍ରୱାଲ । ସ୍କଟରକୁ ନେଇ ସେ ସମସ୍ତ ତଥ୍ୟ ଦେଉଛନ୍ତି । ଏବେ ଟ୍ୱିଟ ଯୋଗେ ନୂଆ ଖବର ସାମ୍ନାକୁ ଆସିଛି । ତେବେ ଏହି ସ୍କୁଟରରେ ଅନେକ ଖାସ ଫିଚର୍ସ ରଖାଯାଇଛି ।
ଏହା ଏକ ଇଲେକଟ୍ରିକ ସ୍କୁଟର । ଯାହା ରିଭର୍ସ ଗିୟରରେ ବି ଚାଲିପାରିବ । ଏହାକୁ ନେଇ କମ୍ପାନୀ ପକ୍ଷରୁ ଏକ ଭିଡ଼ିଓ ଟ୍ୱିଟ ଯୋଗେ ସେୟାର ହୋଇଛି । ଯେଉଁଥିରେ ସ୍କୁଟର ରିଭର୍ସ ଗିୟରରେ ପଛକୁ ଯାଉଥିବାର ଆପଣ ଦେଖିବାକୁ ପାଇବେ ।
You can reverse the Ola Scooter at an unbelievable pace, you can also reserve the Ola Scooter at an unbelievable price of ₹499 now! ⁰😎
See you on 15th August 🛵#JoinTheRevolution at https://t.co/5SIc3JyPqm pic.twitter.com/trTJLJBapM
— Ola Electric (@OlaElectric) August 7, 2021
ତେବେ ଏହାର ଅନ୍ୟାନ୍ୟ ଫିଚର୍ସ ମଧ୍ୟ ଜବରଦସ୍ତ ରହିଛି । Ola Electric ସ୍କୁଟରରେ ସବୁଠୁ ଅଧିକ ବୁଟ ସ୍ପେଶ, ଆପ ଆଧାରିତ କିଲେସ ଆକ୍ସେସ ଏବଂ ସେଗମେଣ୍ଟ ଲିଡିଂ ରେଞ୍ଜ ରହିଛି । ଏହା ଫୁଲ ଚାର୍ଜ ହେବା ପରେ ୧୫୦ କିମି ପର୍ଯ୍ୟନ୍ତ ଯାଇପାରିବ । ଏହାର ଟପ ସ୍ପିଡ ୧୦୦ କିମି ପ୍ରତିଘଣ୍ଟାକୁ ରହିଛି । ୧୮ ମିନିଟରେ ଏହା ୦ ରୁ ୫୦% ପର୍ଯ୍ୟନ୍ତ ଚାର୍ଜ ହୋଇଥାଏ । ସବୁଠୁ ବଡ଼ କଥା ହେଉଛି ଏହାକୁ ଆପଣ ୪୯୯ ଟଙ୍କାରେ ବୁକିଂ କରିପାରିବେ ।