ବାଲେଶ୍ୱର: ସେରଗଡ଼ ଟୋଲଗେଟ ନିକଟରୁ ୫ଟି ଗୋରୁ ବୋଝେଇ ଟ୍ରକ ଓ ପିକଅପ୍‌ ଭ୍ୟାନ ଜବତ, ଉଦ୍ଧାର ହେଲେ ୧୦୦ରୁ ଅଧିକ ଗୋରୁ

ବାଲେଶ୍ୱର: ଟ୍ରକ ଓ ପିକଅପ୍‌ ଭ୍ୟାନରୁ ଜବତ ହେଲେ ୧୦୦ରୁ ଅଧିକ ଗୋରୁ। ବାଲେଶ୍ୱର ସେରଗଡ଼ ଟୋଲଗେଟ ନିକଟରେ ୫ଟି ଗୋରୁବୋଝେଇ ଟ୍ରକ ଓ ପିକଅପ୍‌ ଭ୍ୟାନକୁ ଜବତ କରିଛି ପୋଲିସ । ଗାଡିଗୁଡିକରୁ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରି ବାମପଦା ଗୋଶାଳାରେ ରଖାଯାଇଛି ।

ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ଡ୍ରାଇଭର ହେଲ୍ପର ସମେତ ୫ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସୂଚନା ଅନୁଯାୟୀ ଭଦ୍ରକ ଅଞ୍ଚଳରୁ ଗୋଚାଲାଣ ହେଉଥିବା ପୋଲିସକୁ ସୂଚନା ମିଳିଥିଲା । ଖବର ପାଇ ଫାଣ୍ଡି ଅଧିକାରୀ କ୍ରିଷ୍ଣା ପିଙ୍ଗୁଆଙ୍କ ସହ ଏକ ଟିମ୍‌ ରାତିତମାମ ଟୋଲଗେଟ ପାଖରେ ଜଗି ରହିଥିଲେ । ରାତି ପ୍ରାୟ ୩ଟା ବେଳକୁ ଗୋରୁ ବୋଝେଇ ଗାଡିଗୁଡିକୁ ଜବତ କରିଛି ପୋଲିସ । ସମସ୍ତ ଗୋରୁଙ୍କୁ ଭଦ୍ରକରୁ ପଶ୍ଚିମବଙ୍ଗ ଦେଇ ବାଙ୍ଗଲାଦେଶକୁ ପଠାଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.