ହନିମୁନ୍‌ ଯାଇ ନିଜର ବୋଲ୍ଡ ଫଟୋ ସେୟାର କଲେ କାଜଲ ଅଗ୍ରଓ୍ଵାଲ, ଯାହାକୁ ଦେଖି ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ

କାଜଲ ଅଗ୍ରଓ୍ଵାଲ ଗତ ମାସ ୩୦ ତାରିଖରେ ଗୌତମ କିଚଲୁଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରେ ‘ସିଙ୍ଘମ’ ଫେମ ଅଭିନେତ୍ରୀ ନିଜର ଅନେକ ଫଟୋ ଏବଂ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ନଜର ଆସୁଛି। ଏବେ କାଜଲ ତାଙ୍କ ହନିମୁନ ଟ୍ରିପର କିଛି ଖାସ୍‌ ଫଟୋକୁ ସେୟାର କରିଛନ୍ତି। ଯାହା ଏବେ ଖୁବ ଭାଇରାଲ ହେଉଛି। କାଜଲ ସ୍ୱାମୀଙ୍କ ସହିତ ହନିମୁନ ପାଇଁ ମାଲଦୀପରେ ପହଁଚିଛନ୍ତି।

kajolକାଜଲ ଏବଂ ଗୌତମଙ୍କ ବିବାହ ପଞ୍ଜାବୀ ଏବଂ କଶ୍ମୀରୀ ପରମ୍ପରା ଅନୁଯାୟୀ କରାଯାଇଛି। ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇ ସାତ ଜନ୍ମର ସାଥି ହେବାକୁ ପ୍ରତିଜ୍ଞା କରିଛନ୍ତି। ତେବେ ବର୍ତ୍ତମାନ କାଜଲ ମାଲଦୀପରୁ ନିଜର ହନିମୁନର କିଛି ମୁହୂର୍ତ୍ତର ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।

ଏହି ଫଟୋରେ କାଜଲ ଲାଲ ରଙ୍ଗର ବ୍ୟାକଲେସ୍‌ ଡ୍ରେସ ପିନ୍ଧି ବହୁତ ସୁନ୍ଦର ଦେଖାଯାଉଛନ୍ତି। ଅନେକ ଫଟୋରେ ସେ ଟାଇଟନିକ ପୋଜ୍‌ ଦେଉଥିବା ନଜର ଆସୁଛନ୍ତି। ଫଟୋ ଦେଖି ଆପଣ ଜାଣିପାରୁଥିବେ ଯେ ନବଦମ୍ପତି ମାଲଦୀପରେ କେତେ ଏଞ୍ଜୟ କରୁଛନ୍ତି।

kajalaଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କାଜଲ ଅଗ୍ରଓ୍ଵାଲ ଏବଂ ଗୌତମ କିଚଲୁ ବିବାହ ପୂର୍ବରୁ ଅନେକ ଦିନ ଧରି ଉଭୟେଙ୍କୁ ଡେଟ କରୁଥିଲେ। ବିବାହ ପରେ କାଜଲ ଅଗ୍ରଓ୍ଵାଲ ସ୍ୱାମୀ ଗୌତମ କିଚଲୁଙ୍କ ସହିତ ଅନେକ ଫଟୋ ପୋଷ୍ଟ କରି ବଢ଼ିଆ କ୍ୟାପସନ୍‌ ଲେଖିଥିଲେ ଯେଉଁଥିରେ ସେ ଲେଖିଥିଲେ, ‘ବସ୍‌, ମିସ୍‌ ରୁ ମିସେସ୍‌ ପର୍ଯ୍ୟନ୍ତ ! ମୁଁ ମୋର ବିଶ୍ୱାସପାତଅ, ସାଥୀ, ବେଷ୍ଟ ଫ୍ରେଣ୍ଡ ଏବଂ ସୋଲମେଟଙ୍କୁ ବିବାହ କରିଛି। ଏହି ସବୁ ଏବଂ ତୁମଠାରେ ନିଜ ଘରକୁ ପାଇ ମୁଁ ବହୁତ ଖୁସି ଅଛି।’

 

View this post on Instagram

 

My beach essentials 😎

A post shared by Kajal Aggarwal (@kajalaggarwalofficial) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.