Below header

ତୃତୀୟ ଲହର ଆସିଲେ ଓଡିଶାରେ ଦୈନିକ ସଂକ୍ରମଣ ୧୪ ହଜାର ଟପିପାରେ,ଆସିଲା ଚିନ୍ତାଜନକ ରିପୋର୍ଟ

କେନ୍ୟୁଜ୍(ବ୍ୟୁରୋ):  କୋଭିଡ ସଂକ୍ରମଣ ବିପଦ ଟଳିନି। ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ନେଇ ଆସିଲା ଚିନ୍ତାଜନକ ରିପୋର୍ଟ। ଅକ୍ଟୋବରରେ ପିକ୍‌ରେ ରହିବ କୋଭିଡର ଥାର୍ଡ ୱେଭ୍ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ସତର୍କ କରିଛି। ଗୃହମନ୍ତ୍ରାଳୟର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନ-NIDM ପ୍ୟାନେଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ରିପୋର୍ଟ ପ୍ରଦାନ କରିଛି। ଥାର୍ଡ ୱେଭରେ ଶିଶୁ ଅଧିକ ପ୍ରଭାବିତ ହେବା ଆଶଙ୍କା। ଶିଶୁଙ୍କ ପାଇଁ ସର୍ବୋକୃଷ୍ଟ ଚିକିତ୍ସା ସୁବିଧା ପ୍ରସ୍ତୁତ କରିବାକୁ କମିଟି ପ୍ରସ୍ତାବ ଦେଇଛି।

ଅନେକ ରୋଗରେ ପୀଡ଼ିତ ଶିଶୁଙ୍କ ଟିକାକରଣକୁ ଅଗ୍ରାଧିକାର ଦେଇଛି କମିଟି। ସଂକ୍ରମିତ ଶିଶୁଙ୍କ ସୁସ୍ଥ ହେବା ପର୍ଯ୍ୟନ୍ତ ଅଭିଭାବକଙ୍କ ସହ ଡାକ୍ତରଖାନାରେ ରହିବାର ଭିତ୍ତିଭୂମି ଉପରେ ଜୋର ଦିଆଯାଇଛି। ବିନା ଲକ୍ଷଣରେ ଶିଶୁ ସଂକ୍ରମିତ ହେଉଥିବାରୁ ସାମାନ୍ୟ ଲକ୍ଷଣ ଓ ପୂର୍ବରୁ ଅସୁସ୍ଥ ଥିବା ଶିଶୁଙ୍କ ପାଇଁ ଅଧିକ ବିପଦ ଥିବା ରିପୋର୍ଟରେ କୁହାଯାଇଛି। ଶିଶୁମାନଙ୍କ ପାଇଁ ଅଧିକ ସଂଖ୍ୟାରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆମ୍ବୁଲାନ୍ସ, ଭେଣ୍ଟିଲେଟର ପ୍ରସ୍ତୁତ ରଖିବାକୁ କୁହାଯାଇଛି।

 ଦୈନିକ ସଂକ୍ରମଣ କମୁଥିଲେ ବି ରାଜ୍ୟରେ ଭାଇରସ ଭୟ ବଢିଛି। ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଆସିପାରେ ରାଜ୍ୟରେ ଥାର୍ଡ ୱେଭ। ଶିଶୁ ଅଧିକ ସଂକ୍ରମିତ ହେବେ ବୋଲି ସୂଚନା ଦେଇଛନ୍ତି ଡିଏମଇଟି। ରାଜ୍ୟର ଦୈନିକ ସଂକ୍ରମଣ ୧୪ହଜାର ଟପିପାରେ। ଦେଶରେ ୪ଲକ୍ଷ ଛୁଇଁପାରେ ଡେଲି ପଜିଟିଭ କେସ୍‌। ରାଜ୍ୟ ସରକାର ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପିକ୍‌ ପିରିୟଡରେ ପ୍ରତି ୧୦୦ରେ ୨୩ଜଣ ଶିଶୁ ହସ୍‌ପିଟାଲରେ ଭର୍ତ୍ତି ହେବେ। ଏବେ ଏହା ୧୨ରୁ ୧୩ପ୍ରତିଶତ ରହିଛି। ଏହାକୁ ଦୃଷ୍ଟିରେ ରଖି ଶିଶୁ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ଶିଶୁ ଭବନରେ ସେଣ୍ଟ୍ରାଲ୍‌ ଅଫ୍‌ ଏକ୍ସଲେନ୍‌ସି କରାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର।

 କମୁଛି କୋଭିଡ ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୮ବର୍ଷରୁ କମ ବୟସର ରହିଛନ୍ତି ୧୦୧ ଜଣ। ୬୮ କୋଭିଡ ମୃତ୍ୟୁର ତାଲିକା ଦେଇଛନ୍ତି ରାଜ୍ୟ ସରକାର। ସେପଟେ ୧୬୦ଦିନ ପରେ ଦେଶରେ ସବୁଠାରୁ କମ୍‌ ସଂକ୍ରମିତ ଚିହ୍ନଟ। ଗତ ୨୪ ଘଣ୍ଟାରେ ଦେଶରେ ୨୫ହଜାର ୭୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୮୯ ଜଣଙ୍କ ଜୀବନ ନେଇଛି ଭାଇରସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.