Below header

ସାବଧାନ : ୩୨୫ ଏମ୍‌ଜି ରୁ ଅଧିକ ଡୋଜ୍‌ର ପାରାସେଟାମଲ୍‌ ମାରାତ୍ମକ, ନେଇଯାଇପାରେ ଜୀବନ

ନୂଆଦିଲ୍ଲୀ : ସାଧାରଣତଃ ଜର ଓ ବିନ୍ଧା ହେଲେ ଆମେ କମ୍ବିନେଟେଡ ପାରାସେଟାମଲ ଖାଇଥାଉ । ତେବେ ଏହା ଶରୀର ପାଇଁ କେତେ ସୁରକ୍ଷିତ କେବେ ବି ଆମେ ଚିନ୍ତା କରିନଥାଉ । ଗବେଷକଙ୍କ ଅନୁସାରେ ୩୨୫ ମିଲିଗ୍ରାମ ରୁ ଅଧିକ ଡୋଜ୍‌ର କମ୍ବିନେଟେଡ ପାରାସେଟାମଲ (କମ୍ବିନେଟେଡ ଅର୍ଥ- ଯେଉଁଥିରେ ପାରାସିଟାମଲ ସହ ମିଶି ଅନ୍ୟ ମେଡିସିନ ଥାଏ) ଖାଇବା ଦ୍ୱାରା ଲିଭର ରେ ଟକ୍ସିସିଟି ଆଶଙ୍କା ଉତ୍ପନ୍ନ ହୋଇଥାଏ ।

PARACETAMOL
p.c : amarujala.com

ଏଥିପାଇଁ ଡ୍ରଗ୍ସ କଣ୍ଟ୍ରୋଲ ଅଫ୍‌ ଇଣ୍ଡିଆ(ଡିସିଜିଆଇ) ୩୨୫ ମିଲିଗ୍ରାମ ଡୋଜରୁ ଅଧିକ କମ୍ବିନେଟେଡ ପାରାସେଟାମଲ କୁ ବ୍ୟାନ୍‌ କରିଛନ୍ତି । ହେଲେ ଦେଶରେ ୩୨୫ ଏମ୍‌ଜି ରୁ ଅଧିକ ଡୋଜ୍‌ର କମ୍ବିନେଟେଡ ପାରାସେଟାମଲ ଖୋଲାଖୋଲି ବିକ୍ରି ହେଉଛି । ଅନ୍ୟ ସ୍ଳଟ ସହ କମ୍ବିନେସନରେ ପାରାସେଟାମଲ ୫୦୦ ଏମ୍‌ଜି ବଦଳରେ ୩୨୫ ଏମ୍‌ଜି ର ପାରାସେଟାମଲ ବିକ୍ରି କରିବାକୁ ମାସେ ତଳେ ଡିସିଜିଆଇ ସବୁ ମେଡିକାଲକୁ ନର୍ଦ୍ଦେଶ ଦେଇଥିଲା ।

ଏହି ସବୁ ଔଷଧ ବିକ୍ରି ନ କରିବାକୁ ତଦାରଖ କରିବା ପାଇଁ ସବୁ ଡ୍ରଗ୍ସ ଇନିସ୍ପେକ୍ଟରଙ୍କୁ ଦାୟିତ୍ୱ ଦେଇଥିଲା ଡିସିଜିଆଇ । ହେଲେ ଏଯାଏ କିଛି ନିର୍ଦ୍ଦେଶ ପାଇନଥିବା ଔଷଧ ଦୋକନୀମାନେ କହିଛନ୍ତି । କେବଳ ସେତିକି ନୁହେଁ ଏବେ ବି ଡାକ୍ତରମାନେ ଏଭଳି ଔଷଧ ପାଇଁ ଲେଖୁଥିବା ଜଣାଯାଇଛି ।

PARACETAMOL-
p.c : amarujala.com

ଡିସିଜିଆଇ ମତରେ କୌଣସି ବୟସ୍କ ଲୋକଙ୍କୁ ୨୪ ଘଣ୍ଟା ମଧ୍ୟରେ ୨ ଗ୍ରାମ ପର୍ଯ୍ୟନ୍ତ ପାରାସିଟାମଲ ଦିଆଯାଇପାରେ । ଅର୍ଥାତ ୫୦୦ ଏମ୍‌ଜି କିମ୍ବା ୬୦୦ ଏମ୍‌ଜି ର ପାରାସେଟାମଲ ଟାବ୍‌ଲେଟ୍‌କୁ ୨୪ ଘଣ୍ଟା ମଧ୍ୟରେ ୩ ଥରରୁ ଅଧିକ ଦିଆଯିବା କଥା ନୁହେଁ । ଏହି ମାତ୍ରାରୁ ଅଧିକ ପାରାସେଟାମଲ ଖାଇବା ଦ୍ୱାରା ଶରୀର ବହୁ ପ୍ରକାର ରୋଗକୁ ଆମନ୍ତ୍ରଣ କରିଥାଏ । ଏହାଦ୍ୱାରା ଲିଭର ଟକ୍ସିକ୍‌ ସହ ସିରୋସିସ୍‌ ଭଳି ରୋଗ ହେବାର ଆଶଙ୍କା ଦେଖାଦେଇଥାଏ ।

ପାରାସିଟାମଲ ସହ ମିଶ୍ରଣ ଥିବା ୧୦୦ ରୁ ଅଧିକ ଔଷଧ ବଜାରରେ ଉପଲବ୍ଧ :

ବଜାରରେ ଏବେ ପାରାସିଟାମଲ ସହ ମିଶ୍ରଣ ଥିବା ୧୦୦ ରୁ ଅଧିକ ମେଡିସିନ ବଜାରରେ ବିକ୍ରି ହେଉଛି । ପ୍ରତିଦିନ ୧୦ ହଜାରରୁ ଅଧିକ ଷ୍ଟ୍ରିପ୍‌ ର ପାରାସେଟାମଲ ବଜାରରେ ଏବେ ବିକ୍ରି ହେଉଛି । ଏହାର ଓଭରଡୋଜ ଯୋଗୁ ବ୍ୟକ୍ତିର ମୃତ୍ୟୁ ହୋଇପାରେ । ତେଣୁ ୩୨୫ ଏମ୍‌ଜି ରୁ ଅଧିକ ଡୋଜର କମ୍ବିନେସନ ପାରାସେଟାମଲ ନ ଖାଇବାକୁ ଲୋକଙ୍କୁ ଉପଦେଶ ଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.