ଅଚାନକ କୋରାପୁଟ ସ୍କୁଲ ପରିଦର୍ଶନ କଲେ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ,ପଢିଲେ ପଢାଇଲେ

କୋରାପୁଟ(କେନ୍ୟୁଜ୍):  ମନ୍ତ୍ରୀ ହୋଇ ପସିଲେ, ଛାତ୍ର ହୋଇ ବସିଲେ, ଶିକ୍ଷକ ହୋଇ ପଢାଇଲେ। ଆଜି ଗଣଶିକ୍ଷା ମନ୍ତ୍ରୀ ସମିର ଦାଶଙ୍କୁ ଭିନ୍ନ ଏକ ଅନ୍ଦାଜରେ ଦେଖିବାକୁ ମିଳିଥିଲା।  ଗଣଶିକ୍ଷାମନ୍ତ୍ରୀ କୋରାପୁଟ ଗସ୍ତରେ ଆସି ଜିଲ୍ଲା ସ୍କୁଲ ଗୁଡିକର ସ୍ଥିତି ,ଶିକ୍ଷା ପ୍ରଦାନ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ନିଜେ ପିଲାଙ୍କ ସହ ସମୟ ବିତାଇ ପିଲାଙ୍କୁ ପାଠ ପଢାଇବା ସହ ପ୍ରଶ୍ନ ପଚାରିଥିଲେ । ପିଲାଙ୍କ ଉତ୍ତର ପାଇ ବେଶ ଖୁସି ପ୍ରକଟ କରିଛନ୍ତି ।

କୋରାପୁଟ ସର୍କିଟ ହାଉସ ଠାରେ   ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ନେଇ ଶିକ୍ଷା ଅଧିକାରୀ ଓ ଶିକ୍ଷା ବିଭାଗର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ଅନୌପଚାରିକ ଭାବେ  ସମୀକ୍ଷା କରିବା ପରେ ହଠାତ୍ ପଶି ଯାଇଥିଲେ  ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟକୁ । ସେଠାରେ ପିଲାଙ୍କ ସହିତ କଥାବାର୍ତ୍ତା କରିବା ପରେ ପିଲାମାନେ ପ୍ରଶ୍ନ ପଚାରିବା ଉପରେ ଗୁରୁତ୍ବ ଦେଇ  ଶ୍ରେଣୀଗୃହରେ ପ୍ରଶ୍ନ ପଚାରିବାର ଅଭ୍ୟାସ କରିବା ଦରକାର ବୋଲି କହିଥିଲେ ।ଶ୍ରେଣୀ ଭିତରେ ଅଫ ଲାଇନରେ କିପରି ଶିକ୍ଷା ଦାନ ଚାଲିଛି ତାର ତଦାରଖ ନିମନ୍ତେ ଛାତ୍ରୀଙ୍କ ଗହଣରେ ଛାତ୍ର ଭଳି ବସିଲେ।

 ପିଲାଙ୍କ ସହ ମିଶି  ମନ୍ତ୍ରୀ ଏହି କୁନି କୁନି ଛୁଆଙ୍କ ପ୍ରତିକ୍ରିୟା , ଗ୍ରହଣଶୀଳତା ଓ ଉତ୍ତର ଦେବାପାଇଁ ପ୍ରକାଶ ପାଇଥିବା ତତ୍ପରତାକୁ ଦେଖି ଆନନ୍ଦିତ ହୋଇଥିଲେ। ଶ୍ରେଣୀ ଭିତରେ ଅଫ ଲାଇନରେ କିପରି ଶିକ୍ଷା ଦାନ ଚାଲିଛି ତାର ତଦାରଖ ନିମନ୍ତେ ଛାତ୍ରୀଙ୍କ ଗହଣରେ ଛାତ୍ର ଭଳି ବସିଲେ। ଶିକ୍ଷୟତ୍ରୀଙ୍କୁ ପ୍ରଶ୍ନ ପଚାରିଲେ ପରେ ଶିକ୍ଷକ ହୋଇ ଛାତ୍ରୀଙ୍କୁ କୋରୋନାରେ ଅଫଲାଇନ ମ୍ୟାନେଜମେଣ୍ଟ ଦକ୍ଷତା ବୃଦ୍ଧି ସମ୍ପର୍କରେ ପାଠ ପଢେଇଲେ। ହଠାତ୍ ମନ୍ତ୍ରୀ ଙ୍କ ଛାତ୍ର ଓ ଶିକ୍ଷକ ରୁପ ଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ   । ସରକାର ମାଧ୍ୟମିକ ଶିକ୍ଷାର ଉନ୍ନତି ନିମନ୍ତେ ଅନେକ ବିଦ୍ୟାଳୟରେ ସ୍ମାର୍ଟ କ୍ଳାସ ଆରମ୍ଭ କରିଥିବା ବେଳେ ପ୍ରାଥମିକ ଶିକ୍ଷାର ମଧ୍ୟ କିପରି ଉନ୍ନତି ହୋଇପାରିବ ସେ ସମ୍ପର୍କରେ ଯୋଜନା କରାଯାଉଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି । ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ପରେ ଆଦର୍ଶ ବିଦ୍ୟାଳୟକୁ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ନେଇ ପରାମର୍ଶ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.