Below header

ଦେଢ଼ କୋଟି ଟଙ୍କାରୁ ଉର୍ଦ୍ଧ ବେଆଇନ ଗଂଜେଇ ଚାଷ ନଷ୍ଟ କଲା ବାଲିଗୁଡା ପୋଲିସ୍

ବାଲିଗୁଡା: ଦେଢ଼ କୋଟି ଟଙ୍କାରୁ ଉର୍ଦ୍ଧ ବେଆଇନ ଗଂଜେଇ ଚାଷ ନଷ୍ଟ କରିଛି ବାଲିଗୁଡା ପୋଲିସ । ଅପରେସନ ଗଂଜେଇ ନଷ୍ଟ ଅଭିଯାନରେ ଚଢ଼ାଉ କରି ଏକ ଲକ୍ଷ ୫୫ହଜାର ଗଂଜେଇ ଗଛକୁ କାଟି ପୋଡି ଦିଆଯାଇଛି । ବାଲିଗୁଡା ଥାନା ବାଦିକେତା ଅଂଚଳରେ ବେଆଇନ ଗଂଜେଇ ଚାଷ ନେଇ ପୋଲିସ ଓ ଅବକାରୀ ବିଭାଗର ମିଳିତ ଟିମ ଚଢ଼ାଉ କରିଥିଲା ।

ବାଦିକେତା ଜଙ୍ଗଲରୁ ଶହେ ପଞ୍ଚାନବେ ଏକରରୁ ଉର୍ଦ୍ଧ ଗଂଜେଇ ଚାଷ କାଟି ପୋଡା ଯାଇଛି। ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ପଂଚାବନ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏହି ଅଭିଯାନରେ ବାଲିଗୁଡା ଏସ.ଡି.ପି.ଓ ମାନସ ରଞ୍ଜନ ବାରିକ, ଥାନା ଅଧିକାରୀ, ପୋଲିସ କର୍ମଚାରୀ ଓ ଅବକାରୀ ବିଭାଗ ର କର୍ମଚାରୀ ଉପସ୍ଥିତ ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.