ଭଦ୍ରକ ଧାମରା ବ୍ରିଜ ନିକଟରୁ ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନସୁଗାର ଜବତ, ୪ଗିରଫ

ଭଦ୍ରକ(କେନ୍ଯୁଜ୍): ଭଦ୍ରକ ୧୬ ନମ୍ୱର୍ ଜାତୀୟ ରାଜପଥର ଧାମରା ବ୍ରିଜ ନିକଟରୁ ଏକ ଅଟୋରେ ଆସୁଥିବା ୪ ବ୍ରାଉନସୁଗାର ମାଫିଆଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଗ୍ରାମାଞ୍ଚଳ ପୋଲିସ୍ । ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି।

ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ବରର ସେକ୍ ଅବଦୁଲ୍ ହମିଦ୍ (୪୫), ମନୋଜ କୁମାର ଦାସ, ଭଦ୍ରକର କୁନିଲତା ଷଡ଼ଙ୍ଗୀ(୩୦) ଏବଂ ଅଜୟ କୁମାର ଷଡ଼ଙ୍ଗୀ(୩୨)। ସେମାନଙ୍କ ଠାରୁ ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନସୁଗାର ଜବତ କରାଯାଇଛି। ଏହାଛଡ଼ା ବ୍ୟବହୃତ ଅଟୋ ଓ ନଗଦ ୧ ଲକ୍ଷ ଟଙ୍କା ବି ଜବତ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.