୪୯ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କଲା ଉମରକୋଟ ପୋଲିସ୍, ୪ ଚାଲାଣକାରୀ ଗିରଫ

ଉମରକୋଟ: ଚାରି ଜଣ ଗଞ୍ଜେଇ ଚାଲାଣକାରୀଙ୍କ ଗିରଫ ସହ ସାତ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ଉମରକୋଟ ପୋଲିସ । ଏଥିସହ ୪ ବାଇକ ଜବତ ହୋଇଛି ।

ସୂଚନା ଅନୁସାରେ ଗତ ରାତିରେ କୌଣସି ସୂତ୍ରରୁ ଖବର ପାଇ ଉମରକୋଟ ପୋଲିସ ଚାନ୍ଦିୟାବେଡା ଗାଁର ରବିନାରାୟଣ ସମରଥଙ୍କ ଘରେ ଅଚାନକ ଚଢ଼ାଉ କରି ୭ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ସରକାରୀ କର୍ମଚାରୀ, ଜଣେ ଯବାନ ଏବଂ ଜଣେ ଶିକ୍ଷକ ଥିବା ସୂଚନା ମିଳିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୯ ଲକ୍ଷରୁ ଅଧିକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.