Below header

ଯାଜପୁର ରୋଡ ରେଳ ଷ୍ଟେସନ ନିକଟରେ ଦୁର୍ଘଟଣା, ଟ୍ରେନରେ କଟି ମା ଓ ଝିଅ ମୃତ

ଯାଜପୁର ରୋଡ଼(କେନ୍ୟୁଜ୍): ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ରେଳ ଷ୍ଟେସନ ନିକଟରେ ଟ୍ରେନ ରେ କଟି ମା ଓ ଝିଅ ମୃତ । ମୃତକ ହେଲେ କୋରାଇ ଥାନା ଚାନ୍ଦମା ଗ୍ରାମର କାଠି ରଣା(୬୫) ଓ ତାଙ୍କ ଝିଅ ଗୁରୁବାରି ରଣା(୪୦) । ସନ୍ତ୍ରାଗାଚ୍ଛି-ପୁରୀ ପାସେଞ୍ଜର ଟ୍ରେନ ଧକ୍କା ଦେବା ଫଳରେ ଏମାନଙ୍କ ମୃତ୍ୟୁ ଘଟିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଦୁହେଁ ଆତ୍ମହତ୍ୟା କରିଥିବା ଟ୍ରେନ ଚାଳକ ଷ୍ଟେସନ ପରିଚାଳକଙ୍କୁ ଦେଇଥିବା ରିପୋର୍ଟରେ ଦର୍ଶାଇଛନ୍ତି । ରେଳବାଇ ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ ଚାନ୍ଦମା ଗ୍ରାମର ଏହି ମା ଓ ଝିଅ ଦୁହେଁ ଅତି ଗରିବ ପରିବାରର ହୋଇଥିବା ବେଳେ ଝିଅ ଏକ ଘରୋଇ ସ୍କୁଲରେ କାମ କରି ନିଜ ଗୁରୁରାଣ ମେଂଟାନ୍ତି । ତେବେ କୌଣସି କାରଣ ବସଃତ ଏମାନେ ଆଜି ଏହମଦ୍ ନଗର ଅଂଚଳକୁ ଆସିଥିବା ବେଳେ ଟ୍ରେନରେ କଟି ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.