Below header

ଡିସେମ୍ବର ୨୩ରୁ ୭ଦିନ ଧରି ଯାଜପୁରରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ପୁସ୍ତକ ମେଳା, ଜିଲ୍ଲାପାଳଙ୍କ ଅଫିସରେ ହେଲା ପ୍ରସ୍ତୁତି ବୈଠକ

ଯାଜପୁର ଟାଉନ(କେନ୍ୟୁଜ୍): ଆସନ୍ତା ଡିସେମ୍ବର ୨୩ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ୭ଦିନ ବ୍ୟାପି ଯାଜପୁର ରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ପୁସ୍ତକ ମେଳା । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ କଲେଜର ଅଧ୍ୟକ୍ଷ,ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗ ଦେଇଥିଲେ ।ଜିଲା ପ୍ରଶାସନ ଓ ଅନନ୍ୟା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଏହି ପୁସ୍ତକ ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ପ୍ରକାଶକ ଏବଂ ବିତରକ ମାନେ ଯୋଗ ଦେବେ ।

jajpur collector

ପ୍ରତ୍ୟେକ ସଂଧ୍ୟାରେ ଆୟୋଜିତ ହେବ ବିଭିନ୍ନ ସାହିତ୍ୟ ଆଲୋଚନା ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ । ଏହି ପ୍ରସ୍ତୁତି ବୈଠକରେ ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି,ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ ସେଠୀ,ସମଗ୍ର ଶିକ୍ଷା ଜିଲା ସଂଯୋଜକ ବିଷ୍ଣୁ ଚରଣ ସୁତାର, ଅନନ୍ୟା ସାହିତ୍ୟ ସଂସଦର ସଭାପତି ସନ୍ତୋଷ ନନ୍ଦଙ୍କ ସମେତ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ପୁସ୍ତକ ମେଳାର ସମସ୍ତ ପ୍ରକାରର ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ପୁସ୍ତକମେଳାକୁ କିପରି ଅଧିକରୁ ଅଧିକ ମାତ୍ରାରେ ପାଠକମାନଙ୍କ ନିକଟରେ ଆଦୃତ ହୋଇପାରିବ ସେଥିପ୍ରତି ଜିଲା ପ୍ରଶାସନ ଓ ଅନନ୍ୟା ସାହିତ୍ୟ ସଂସଦ ପକ୍ଷରୁ ସମସ୍ତ ପ୍ରକାରର ପ୍ରୟାସ କରାଯିବାକୁ ସ୍ଥିର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.