ଗଜପତି: ମୋହନା ଅଞ୍ଚଳରେ ପୋଲିସ ଏବଂ ଅବକାରୀ ବିଭାଗର ଗଞ୍ଜେଇ ଗଛ ସଫା ଅଭିଯାନ, ୧୮ କୋଟିର ଗଞ୍ଜେଇ ଗଛ ନଷ୍ଟ

ମୋହନା(କେନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ଅଞ୍ଚଳରେ ପୋଲିସ ଏବଂ ଅବକାରୀ ବିଭାଗର ଗଞ୍ଜେଇ ଗଛ ସଫା ଅଭିଯାନ ଜାରି ରହିଛି l ଶନିବାର ମୋହନା ଥାନା ଅନ୍ତର୍ଗତ ବାରିଆବନ୍ଧ ଗ୍ରାମ ଜଙ୍ଗଲରେ ଚଢ଼ାଉ କରି ପୁଣି ୧୮ କୋଟିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରାଯାଇଛି l ଉକ୍ତ ଜଙ୍ଗଲ ରେ ୯୧ଏକର ଜଙ୍ଗଲ କିସମ ଜମିରେ ଚାଷ ହୋଇଥିବା ୧ ଲକ୍ଷ ୮୨ ହଜାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି l ମୋହନା ଥାନା ଅଧିକାରୀ ସୁଜିତ ନାୟକଙ୍କ ନେତୃତ୍ୱରେ ଅବକାରୀ ଏବଂ ପୋଲିସ ବିଭାଗର କର୍ମଚାରୀ ମାନେ ଏହି ଅଭିଯାନରେ ସାମିଲ ହୋଇଥିଲେ l ନଷ୍ଟ ଗଞ୍ଜେଇର ମୂଲ୍ୟ ୧୮ କୋଟି ୨ ଲକ୍ଷ ହେବବୋଲି ପୋଲିସ ସୂଚନା ଦେଇଛି l ଜ଼ିଲ୍ଲା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନକୁ ମିଶାଇ ଜ଼ିଲ୍ଲାର ମୋହନା, ଅଡବା ଏବଂ ରା.ଉଦୟଗିରି ଥାନା ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୫୦ କୋଟିରୁ ଉର୍ଦ୍ଧ ଟଙ୍କାର ନୀଳଜହର ନଷ୍ଟ କରାଗଲାଣି l ଆଗକୁ ମଧ୍ୟ ଏହି ଚଢ଼ାଉ ଜାରିରହିବ ବୋଲି ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.