ପୁଅକୁ ଖୋଜି ଖୋଜି ମାଆ ଆଖିରୁ ଶୁଖୁନି ଲୁହ, ୮ ବର୍ଷ ହେବ ପୁଅ ନିଖୋଜ

କଟକ (କେନ୍ୟୁଜ୍) : ପୁଅକୁ ଖୋଜି ଖୋଜି ମାଆ ଆଖିରୁ ଲୁହ ଶୁଖୁନି। ୮ ବର୍ଷ ହେବ ପୁଅ ନିଖୋଜ । କଟକ ଜିଲ୍ଲା ମାହାଙ୍ଗା ଲଳିତଗିରି ଗାଁର ଲକ୍ଷ୍ମୀଧର ସାହୁଙ୍କ ୩୦ ବର୍ଷର ପୁଅ ସରୋଜ ସାହୁ। ଲକ୍ଷ୍ମୀଧର ପାରାଦୀପରେ ରହି ବ୍ୟବସାୟ କରନ୍ତି। ତେବେ ୨୦୦୯ ଡିସେମ୍ବର ୧୮ ତାରିଖରେ ସରୋଜ ବାପାଙ୍କ ପାଖକୁ ପାରାଦୀପ ଯାଇଥିଲେ। ହେଲେ ସେହିଦିନ ଠାରୁ ତାଙ୍କ ପତ୍ତା ମିଳୁନି। ପୁଅର ନିଖୋଜ ନେଇ ପାରାଦୀପ ଥାନାରେ ଏତଲା ଦିଆଯାଇଥିଲା। ହେଲେ ୮ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ଖବର ମିଳୁନି। ପୁଅକୁ ଫେରାଇ ଆଣିବା ପାଇଁ ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି ପରିବାରଲୋକେ।