Below header

ବୃଦ୍ଧା ଜାନକୀ ଅଧିକାରୀଙ୍କୁ ନିର୍ଯାତନା ଘଟଣା, ମାଆଙ୍କୁ ପାଖରେ ରଖିବାକୁ କହିଲେ ପୁଅ-ବୋହୂ

ପାରଳାଖେମୁଣ୍ଡି: ପରିଣତ ବୟସରେ ପାରଳାଖେମୁଣ୍ଡିର ବୃଦ୍ଧା ଜାନକୀ ଅଧିକାରୀଙ୍କୁ ପୁଅ-ବୋହୂଙ୍କ ନିର୍ଯାତନା ଘଟଣାର ନୂଆ ମୋଡ଼ । ପୁଅ-ବୋହୂ କହିଛନ୍ତି ମାଆଙ୍କୁ ସେମାନେ ପାଖରେ ରଖିବୁ । ହେଲେ ଜାନକୀ କହିଛନ୍ତି ଯାହା ୧୭ ବର୍ଷରେ ହୋଇନି, ତାହା କଣ ଏବେ ହୋଇଯିବ । ତେଣୁ ପୁଅ-ବୋହୂଙ୍କ ପାଖରେ ରହିବାକୁ ସୁରକ୍ଷିତ ମଣୁନଥିବା କହିଛନ୍ତି ଜାନକୀ ଅଧିକାରୀ । ଗତକାଲି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଅଞ୍ଚଳରୁ ଆସିଥିଲା ଏଭଳି ଏକ ହୃଦୟ ବିଦାରକ ଘଟଣା । ୭୫ ବର୍ଷିୟା ବୃଦ୍ଧା ଜାନକୀ ଅଧିକାରୀ ପୁଅ-ବୋହୂଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ଗଜପତି ଏସ୍‌ପି ସାରା ଶର୍ମାଙ୍କ ଦ୍ୱାରସ୍ଥ ହୋଇଥିଲେ । ନିଜର ଘରକୁ ସରକାରଙ୍କୁ ହସ୍ତାନ୍ତର କରି ସେଠାରେ ଜାନକୀରାମ ବୃଦ୍ଧାଶ୍ରମ କରାଯାଉ ବୋଲି ନିବେଦନ କରିଥିଲେ । ପୁଅବୋହୂଙ୍କ ନିର୍ଯାତନା ଅସହ୍ୟ ହେବା ପରେ ସଂପତିକୁ ସେ ଦାନ କରିବାକୁ ଇଚ୍ଛୁକ ଥିବା କହିଥିଲେ । ନିଜ ଘର ସମେତ ତାଙ୍କ ଭାଗରେ ଥିବା ଜମିକୁ ମଧ୍ୟ ସରକାରଙ୍କୁ ଦାନ କରିଦେବେ ବୋଲି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.