ଗ୍ରାହମ ଷ୍ଟେନ୍ସ ପୋଡ଼ି ଘଟଣା, ୨୦ବର୍ଷ ପରେ ଗିରଫ ହେଲା ଦାରା ସିଂର ସହଯୋଗୀ ବୁଦ୍ଧଦେବ ନାୟକ
![dara](https://knewsodisha.com/wp-content/uploads/2019/09/dara.jpg)
୨୦ବର୍ଷ ପରେ ଗିରଫ ହେଲେ ଦାରା ସିଂ ସହଯୋଗୀ। ୧୯୯୯ ଜାନୁଆରୀ ୨୨ତାରିଖରେ କେନ୍ଦୁଝର ଆନନ୍ଦପୁର ଥାନା ମନୋହରପୁର ଠାରେ ଅଷ୍ଟ୍ରେଲିୟ ମିସନାରୀ ଗ୍ରାହମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁଅଙ୍କୁ ପୋଡ଼ି ମାରିବା ଘଟଣାରେ ଫେରାର ଥିଲା ଦାରା ସିଂର ସହଯୋଗୀ ବୁଦ୍ଧଦେବ ନାୟକ । କୋଲକାତାରୁ ସିବିଆଇ ଟିମ ଠାକୁରମୁଣ୍ଡା ଆସି ସ୍ଥାନୀୟ ପୋଲିସ ସହାୟତାରେ ବୁଦ୍ଧଦେବଙ୍କୁ ଗିରଫ କରିଛି । ପରେ ତାଙ୍କୁ ଭୁବନେଶ୍ୱର ସିବିଆଇକୁ ନିଆଯାଇଥିବା ଜଣାପଡ଼ିଛି । ଷ୍ଟେନସ୍ ଓ ତାଙ୍କ ଦୁଇ ପୁଅ ଗାଡ଼ିରେ ଶୋଇଥିବା ବେଳେ ଦାରା ସିଂଙ୍କ ଓ ତାଙ୍କ ସହଯୋଗୀ ପୋଡ଼ି ମାରିଥିଲେ ।