Below header

ମା ଥିଲା ଅସୁସ୍ଥ, ଔଷଧ ଆଣିବାକୁ ଯାଇ ଫେରିଲାନି ପୁଅ

କେଡ଼େ ଖୁସିରେ ମା ପାଇଁ ଔଷଧ ନେଇ ଦୋକାନରୁ ଫେରୁଥିଲା। ଭାବିଥିଲା ମା ଏହି ଔଷଧ ଖାଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ। ପୂର୍ବପରି ସବୁ କିଛି ଠିକ୍‌ ହୋଇଯିବ । ମା ଭଲ ହୋଇ ଗେଲ କରିବ, ଖୁଆଇ ଦେବ, କୋଳେଇ ନେବ ଏମିତି ଅନେକ କିଛି ଭାବି ରାସ୍ତାରେ ଯାଉଥିଲା। ହେଲେ କୁଆଡ଼େ ଥିଲା ଟୁରିଷ୍ଟ ବସ୍‌ ଅନ୍ଧାରରେ ଦ୍ରୁତ ଗତିରେ ମାଡ଼ିଆସିଥିଲା ଆଉ ନାବାଳକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଛିଟିକି ପଡ଼ି ସେଇଠି ହିଁ ତାର ପ୍ରାଣବାୟୁ ଉଡ଼ିଯାଇଥିଲା।

ସମ୍ବଲପୁର : ୧୩ ବର୍ଷର ପୁଅ । ତା ମା ଥିଲା ଅସୁସ୍ଥ। ମା ପାଇଁ ଔଷଧ ଆଣିବାକୁ ଯାଇଥିଲା ପୁଅ। ଚାହିଁରହିଥିଲା ମା। କେତେବେଳେ ପୁଅ ଔଷଧ ଆଣିବ ତାକୁ ଖାଇ ଟିକିଏ ଯନ୍ତ୍ରଣାରୁ ମୁକ୍ତି ପାଇବ । କିନ୍ତୁ ଦଇବର ନିଷ୍ପତ୍ତି କିଛି ଅଲଗା ଥିଲା। ମା ପାଖରେ ପୁଅ ପହଞ୍ଚିବା ପୂର୍ବରୁ ଅଧାବାଟରେ ଦୁର୍ଘଟଣା ନେଇଗଲା ପୁଅର ଜୀବନ। ଏପେଟେ ପୁଅକୁ ମାଁ ଚାହିଁ ରହିଥିବା ବେଳେ ଦଇବ ପୁଅ ସହ ଖେଳିଦେଲା ଏପରି ଖେଳ। ସବୁକିଛି ଠିକ୍‌ ଥିଲା ଔଷଧ ଧରି ମା ପାଖକୁ ଫେରୁଥିଲା ପୁଅ କିନ୍ତୁ ହଠାତ୍‌ ଏପରି କିଛି ଘଟିଯିବ ତା ମା ପାଖରେ ପହଞ୍ଚି ପାରିବନି ସେ କଥା ସେ କେବେ ଭାବିନଥିଲା। କେଡ଼େ ଖୁସିରେ ମା ପାଇଁ ଔଷଧ ନେଇ ଦୋକାନରୁ ଫେରୁଥିଲା। ଭାବିଥିଲା ମା ଏହି ଔଷଧ ଖାଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ। ପୂର୍ବପରି ସବୁ କିଛି ଠିକ୍‌ ହୋଇଯିବ । ମା ଭଲ ହୋଇ ଗେଲ କରିବ, ଖୁଆଇ ଦେବ, କୋଳେଇ ନେବ ଏମିତି ଅନେକ କିଛି ଭାବି ରାସ୍ତାରେ ଯାଉଥିଲା। ହେଲେ କୁଆଡ଼େ ଥିଲା ଟୁରିଷ୍ଟ ବସ୍‌ ଅନ୍ଧାରରେ ଦ୍ରୁତ ଗତିରେ ମାଡ଼ିଆସିଥିଲା ଆଉ ନାବାଳକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଛିଟିକି ପଡ଼ିଥିଲା ସେଇଠି ହିଁ ତାର ପ୍ରାଣବାୟୁ ଉଡ଼ିଯାଇଥିଲା।

ଟୁରିଷ୍ଟ ବସ୍ ଦୁର୍ଘଟଣାରେ ଜଣେ ନାବାଳକର ଜୀବନ ଚାଲିଯାଇଛି l ସମ୍ବଲପୁର ଫେଜର କ୍ଲବ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି l ତେବେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିଲା । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ସୂଚନା ଅନୁସାରେ ବସଟି ମୟୁରଭଂଜରୁ ହୀରାକୁଦ ଆସିଥିଲା l ତେବେ ଗାଡିଟି ଫେରିବା ସମୟରେ ଫ୍ରେଜର କ୍ଲବ ସମ୍ମୁଖରେ ଏକ ସ୍କୁଟିରେ ଯାଉଥିବା ନାବାଳକକୁ ଧକ୍କା ଦେଇଥିଲା l ତେବେ ନାବାଳକର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା l ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଲୋକେ ପହଞ୍ଚି ରାସ୍ତା ରୋକ କରିଥିଲେ ହେଲେ ପୋଲିସ ପହଞ୍ଚି ବୁଝା ସୁଝା କରିଥିଲା l ମୃତ ଦେହକୁ ତୁରନ୍ତ ମେଡିକାଲ ନେଇଯାଇଥିବା ବେଳେ ବସରେ ଯାତ୍ରୀ ଥିବାରୁ ପୋଲିସ୍‌ ଛାଡି ଦେଇଥିଲେ l ସେପଟେ ସ୍ଥାନୀୟ ଲୋକେ ଟାଉନ ଥାନା ପହଞ୍ଚି ଘେରାଓ କରିଥିଲେ l

ଏହି ଦୁର୍ଘଟଣା ରେ ମୃତ୍ୟୁ ଘଟିଥିବା ନାବାଳକର ଶବ ରଖି ଆଜି ପଡ଼ା ବାସି କ୍ଷତିପୂରଣ ଦାବି କରିବା ସହ ସନ୍ଧ୍ୟା ରେ ସହର ଭିତରେ ବସ ଚଳାଚଳ ବନ୍ଦ କରିଛନ୍ତି। ଏଥିସହ ଡ୍ରାଇଭରକୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ଅଡି ବସିଛନ୍ତି ଆନ୍ଦୋଳନକାରୀ l ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନ କାରୀଙ୍କ ସହ ବୁଝାସୁଝା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.