Below header

ପୋଲିସ୍ ଏଏସ୍ଆଇଙ୍କୁ ମରଣାନ୍ତକ ଆକ୍ରମଣ

ପୋଲିସ୍ ଏଏସ୍ଆଇଙ୍କୁ ମରଣାନ୍ତକ ଆକ୍ରମଣ । ବୌଦ୍ଧ ଜିଲ୍ଲା ଦପଲା ଗାଁରେ ହୋଇଥିବା ଏହି ଆକ୍ରମଣରେ ପୋଲିସ ଅଧିକାରୀ ଜଣକ ଗୁରୁତର ଆହତ ହୋଇଛନ୍ତି । ବୁଧବାର ବିଳମ୍ବିତ ରାତିରେ ଆକ୍ରମଣ ହୋଇଥିଲା ।

 ବୌଦ୍ଧ : ପୋଲିସ୍ ଏଏସ୍ଆଇଙ୍କୁ ମରଣାନ୍ତକ ଆକ୍ରମଣ । ବୌଦ୍ଧ ଜିଲ୍ଲା ଦପଲା ଗାଁରେ ହୋଇଥିବା ଏହି ଆକ୍ରମଣରେ ପୋଲିସ ଅଧିକାରୀ ଜଣକ ଗୁରୁତର ଆହତ ହୋଇଛନ୍ତି । ବୁଧବାର ବିଳମ୍ବିତ ରାତିରେ ଆକ୍ରମଣ ହୋଇଥିଲା । ଆଜି ସକାଳ ୭ଟା ବେଳେ ତାଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଅଧିକାରୀ ଜଣକ ହେଲେ ମନମୁଣ୍ଡା ଥାନା ଏଏସ୍ଆଇ କୁମୁଦ ଭୋଇ ।

ବୁଧବାର କୁମୁଦ ଭୋଇ ମନମୁଣ୍ଡା ଥାନାର ୧୧୨ ସହାୟତା ଗାଡି ଦାୟିତ୍ୱରେ ଥିଲେ । କାଲିରାତିରେ ଏକ ସୂଚନା ପାଇ କୁମୁଦ ଭୋଇ ଅନ୍ୟ କର୍ମଚାରୀଙ୍କ ସହ ୧୧୨ ଗାଡିରେ ଦପଲା ଗ୍ରାମକୁ ଯାଇଥିଲେ । ଗ୍ରାମ ନିକଟରେ ଥିବା ସ୍କୁଲ ପାଖରେ ୧୦-୧୨ ଜଣ ଦୁର୍ବୃତ୍ତ ଗାଡି ଅଟକାଇ କୁମୁଦଙ୍କ ଉପରେ ଆକ୍ରମଣ କରିଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଆହତ କୁମୁଦ ଭୋଇଙ୍କୁ ପ୍ରଥମେ ସୋନପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ପରେ ତାଙ୍କ ଅବସ୍ଥା ସଂକଟପନ୍ନ ହେବାରୁ ତାଙ୍କୁ ବଲାଙ୍ଗିର ମେଡିକାଲ କଲେଜକୁ ପରେ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ଅଧିକାରୀମାନେ ପହଁଚି ତଦନ୍ତ କରୁଛି । ଆକ୍ରମଣକାରୀ କିଏ ଓ କାହିଁକି ଆକ୍ରମଣ କଲେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.