Below header

ନୂଆ ବର୍ଷରେ ହସ୍ପିଟାଲରେ ଭର୍ତ୍ତି ହେଲେ ଉର୍ଫି, ସେୟାର କଲେ ଫଟୋ

ଏବେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଫଟୋରେ ଉର୍ଫି ଜାଭେଦ୍ ମେଡିକାଲ ବେଡ୍‌ରେ ନଜର ଆସିଥିଲେ । ଯେଉଁଥିରେ ସେ ପାଟିରେ ଅମ୍ଳଜାନ ମାସ୍କ ଲଗାଇଥିବାର ନଜର ଆସିଛନ୍ତି । ସେ ନିଜେ ଏହି ଫଟୋକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

ଉର୍ଫି ଜାଭେଦ ତାଙ୍କ ଅତରଙ୍ଗୀ ପୋଷାକ ପାଇଁ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ ପୁଣି ଥରେ ସେ ଖବରରେ ଆସଛନ୍ତି । କିନ୍ତୁ ଏଥର ଉର୍ଫି ତାଙ୍କ ପୋଷାକ ଯୋଗୁ ଚର୍ଚ୍ଚାରେ ଆସିନାହାନ୍ତି । ବରଂ ନୂଆ ବର୍ଷ ଆରମ୍ଭ ହେବା ସହିତ ଉର୍ଫି ଜାଭେଦ୍ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଏବେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଫଟୋରେ ଉର୍ଫି ଜାଭେଦ୍ ମେଡିକାଲ ବେଡ୍‌ରେ ନଜର ଆସିଥିଲେ । ଯେଉଁଥିରେ ସେ ପାଟିରେ ଅମ୍ଳଜାନ ମାସ୍କ ଲଗାଇଥିବାର ନଜର ଆସିଛନ୍ତି । ସେ ନିଜେ ଏହି ଫଟୋକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

ତେବେ ଫ୍ୟାନ୍ସଙ୍କ ସହ ଏହାକୁ ବାଣ୍ଟିବାବେଳେ ଉର୍ଫି କ୍ୟାପସନରେ ଲେଖିଥିଲେ ଯେ ‘୨୦୨୪ରେ ଏକ ଧମାକାଦାର ଅରମ୍ଭ ହୋଇଛି…’ ଏବଂ ଏହି ଖବର ବାହାରିବା ପରେ ଲୋକଙ୍କ ଏପରି କମେଣ୍ଟ ଆସିବା ଆରମ୍ଭ ହୋଇଛି । ଅନେକ ସୋସିଆଲ ମିଡିଆ ୟୁଜର ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ପ୍ରକଟ କରିଥିବାବେଳେ ଅନେକ ଲୋକ ଅଛନ୍ତି ଯେଉଁମାନେ ମଜାଳିଆ କମେଣ୍ଟ ଦେଇଛନ୍ତି ।

ଉର୍ଫି ଜାଭେଦଙ୍କ ସହ ମଜା କରି ଜଣେ ୟୁଜର କମେଣ୍ଟ ବକ୍ସରେ ଲେଖିଛନ୍ତି, ‘ ଯାହା ହେଉ ହସ୍ପିଟାଲରେ ତ ଡ୍ରେସ୍‌ ପିନ୍ଧିଛନ୍ତି’… ସେହିପରି ଅନ୍ୟ ଜଣେ ୟୁଜର କହିଛନ୍ତି, ‘ ସବୁ ବେଳେ ବିନା କପଡାରେ ରହିଲେ ଏପରି ହୋଇଥାଏ’ । କିନ୍ତୁ ଉର୍ଫି ଏହି ପୋଷ୍ଟ ପରେ ଡିଲିଟ୍‌ କରିଦେଇଥିଲେ ।

ତେବେ ଏହି କିଛି ଦିନ ପୂର୍ବରୁ ଉର୍ଫିଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯାହାକି ବହୁ ଚର୍ଚ୍ଚିତ ରହିଥିଲା । ଏହି ଭିଡିଓରେ ସେ ଏକ ହୋଟେଲରେ ୱେଟର ଭାବରେ କାମ କରୁଥିବା ନଜର ଆସିଥିଲେ । ପରେ ଏହି ଭିଡିଓ ବିଷୟରେ କହିବାବେଳେ ଉର୍ଫି ତାଙ୍କ ଫ୍ୟାନ୍ସଙ୍କୁ କହିଥିଲେ ଯେ ସେ ସମର୍ଥନ କରୁଥିବା କ୍ୟାନ୍‌ସର ରୋଗୀ ସହାୟତା ସଂଘ ପାଇଁ ପାଣ୍ଠି ସଂଗ୍ରହ ପାଇଁ ୱେଟର ହେବାକୁ ନିଷ୍ପତ୍ତି ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.