ରାଜସ୍ଥାନରେ କ୍ୟାଟ୍ରିନା-ବିକିଙ୍କ ନ୍ୟୁ ଇୟର ସେଲିବ୍ରେସନ, ସେୟାର କଲେ ରୋମାଣ୍ଟିକ ଫଟୋ

କ୍ୟାଟ୍ରିନା କୈଫ ସୋସିଆଲ ମିଡିଆରେ ତାଙ୍କ ନୂଆ ବର୍ଷର ଟ୍ରିପ ଫଟୋ ସେୟାର କରିଛନ୍ତି । କ୍ୟାଟ୍ରିନା ସ୍ୱାମୀ ବିକି କୌଶଲଙ୍କ ସହ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି । ଏବେ ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । 

କ୍ୟାଟ୍ରିନା କୈଫ ଓ ବିକି କୌଶଲ ନିଜ ନ୍ୟୁ ଇୟର ରାଜସ୍ଥାନରେ ସେଲିବ୍ରେସନ କରିଛନ୍ତି । ଯାହାର ସୁନ୍ଦର ଫଟୋଗୁଡ଼ିକୁ ଏବେ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । କ୍ୟାଟ୍ରିନା କୈଫ ସୋସିଆଲ ମିଡିଆରେ ତାଙ୍କ ନୂଆ ବର୍ଷର ଟ୍ରିପ ଫଟୋ ସେୟାର କରିଛନ୍ତି । କ୍ୟାଟ୍ରିନା ସ୍ୱାମୀ ବିକି କୌଶଲଙ୍କ ସହ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି । ଫଟୋ ସେୟାର କରିବାବେଳେ କ୍ୟାଟ୍ରିନା ଲେଖିଛନ୍ତି- ତିନୋଟି ସୁନ୍ଦର ଦିନ ପ୍ରେମ, ଆରାମ, ସୂର୍ଯ୍ୟାସ୍ତ ଏବଂ ଥଣ୍ଡା । ନୂତନ ବର୍ଷ ପାଳନ ହୋଇଗଲା, ବର୍ତ୍ତମାନ ‘ମେରୀ ଖ୍ରୀଷ୍ଟମାସ’ (ଆଗାମୀ ଫିଲ୍ମ) ପାଇଁ ସମୟ ଆସିଛି ।

ଏବେ ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । କ୍ୟାଟ୍ରିନା ଏହି ଫଟୋଗୁଡିକରେ ବିଭିନ୍ନ ପୋଜ୍ ଦେଉଥିବାର ନଜର ଆସିଛନ୍ତି । ଏହି ଫଟୋରେ ସେ ନିଜ କେଶ ସହିତ ଖେଳୁଛନ୍ତି । ଏହି ଫଟୋରେ କ୍ୟାଟ୍ରିନା ବିକିଙ୍କ କୋଳରେ ବସି ସୂର୍ଯ୍ୟୋଦୟକୁ ଉପଭୋଗ କରୁଥିବା ନଜର ଆସିଛନ୍ତି । ଏବେ ତାଙ୍କ ଫଟୋରେ ଫ୍ୟାନ୍ସମାନେ ବହୁତ କମେଣ୍ଟ କରୁଛନ୍ତି ।

ଭିକି ଏବଂ କ୍ୟାଟ୍ରିନା ଛୁଟିଦିନ ପାଳନ କରିବା ପରେ ଏବେ ମୁମ୍ବାଇ ଫେରିଛନ୍ତି । କ୍ୟାଟ୍ରିନା ଟ୍ରିପରୁ ଫେରିବା ମାତ୍ରେ ହି କାମକୁ ଫେରିଛନ୍ତି । କ୍ୟାଟ୍ରିନା ବର୍ତ୍ତମାନ ‘ମେରୀ ଖ୍ରୀଷ୍ଟମାସ’ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ହେବାକୁ ଯାଉଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ ବିଜୟ ସେଥୁପତି ନଜର ଆସିବେ । ଏହି ଫିଲ୍ମଟି ୧୨ ଜାନୁଆରୀରେ ରିଲିଜ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.