Below header

ବାନ୍ଧବୀର ପୋଷା କୁକୁରକୁ ବଞ୍ଚାଇବାକୁ ଯାଇ ପ୍ରାଣ ହରାଇଲେ ବିଟେକ୍‌ ଛାତ୍ର

ଜଣେ ବିଟେକ୍‌ ଛାତ୍ର ନିଜ ବାନ୍ଧବୀର କୁକୁରକୁ ପାଣିରୁ ଉଦ୍ଧାର କରିବାକୁ ଯାଇ ବୁଡ଼ିଗଲେ ଯୁବକ। ସୁରକ୍ଷିତ ଅବସ୍ଥାରେ କୂଳକୁ ପହଁରି ପହଁରି ଆସିଲା କୁକୁର ହେଲେ ଗଭୀର ପାଣିରେ ବୁଡ଼ି ଯୁବକଙ୍କ ଜୀବନ ଚାଲିଗଲା। ଏଭଳି ଅଭାବନୀୟ ଘଟଣା ଭୋପାଳ ଚୂନଭାଟ୍ଟି ଅଞ୍ଚଳରେ ଘଟିଯାଇଛି ।

ଭୋପାଳ: ଜଣେ ବିଟେକ୍‌ ଛାତ୍ର ନିଜ ବାନ୍ଧବୀର କୁକୁରକୁ ପାଣିରୁ ଉଦ୍ଧାର କରିବାକୁ ଯାଇ ବୁଡ଼ିଗଲେ ଯୁବକ। ସୁରକ୍ଷିତ ଅବସ୍ଥାରେ କୂଳକୁ ପହଁରି ପହଁରି ଆସିଲା କୁକୁର ହେଲେ ଗଭୀର ପାଣିରେ ବୁଡ଼ି ଯୁବକଙ୍କ ଜୀବନ ଚାଲିଗଲା। ଏଭଳି ଅଭାବନୀୟ ଘଟଣା ଭୋପାଳ ଚୂନଭାଟ୍ଟି ଅଞ୍ଚଳରେ ଘଟିଯାଇଛି।

ଯୁବକ ଜଣକ ହେଉଛନ୍ତି ୨୩ ବର୍ଷୀୟ ସରଳ ନିଗମ। ସେ ବାପା ମାଙ୍କର ଏକମାତ୍ର ସନ୍ତାନ ଥିଲେ। ଏମ୍‌ଏଏନ୍‌ଆଇଟି’ରୁ ଇଞ୍ଜିନିୟରିଙ୍ଗ୍‌ ଡିଗ୍ରି ପାଇଥିବା ବେଳେ ‘ୟୁପିଏସ୍‌ସି’ ପରୀକ୍ଷା ଲାଗି ପ୍ରସ୍ତୁତି କରୁଥିଲେ ସରଳ। ତେବେ ଏଏସ୍‌ଆଇ ଅନ୍ତରାମ ଯାଦବ କହିଛନ୍ତି ଯେ, ସକାଳ ୭.୩୦ ସମୟରେ ମର୍ଣ୍ଣିଙ୍ଗ ଓ୍ଵାଲ୍‌କରେ କେରଓ୍ଵା ଜଳଭଣ୍ଡାର ଅଞ୍ଚଳର ଜଙ୍ଗଲ କ୍ୟାମ୍ପକୁ ସରଳ ନିଗମ ତାଙ୍କ ୨ ବାନ୍ଧବୀଙ୍କ ସହ ଯାଇଥିଲେ। ଦୁଇ ବାନ୍ଧବୀଙ୍କ ମଧ୍ୟରୁ ଜଣକ ସାଥିରେ ତାଙ୍କ ପୋଷା କୁକୁର ଯାଇଥିଲେ । ହେଲେ ସକାଳ ପ୍ରାୟ ୮.୩୦ରେ ତିନିଜଣ ଯାକ ଜଳଭଣ୍ଡାରର ତଳମୁଣ୍ଡ କୂଳେ କୂଳେ ଚାଲୁଥିବା ବେଳେ ହଠାତ୍‌ ପୋଷା କୁକୁର ପାଣି ଭିତରେ ପଡ଼ିଗଲା। ତାକୁ ବଞ୍ଚାଇବାକୁ ଯାଇ ସରଳ ପାଣି ଭିତରକୁ ଲମ୍ଫ ପ୍ରଦାନ କରିଥିଲେ । ହେଲେ ଦୁର୍ଭାଗ୍ୟ ବଶତଃ ତାଙ୍କ ପାଦ ଖସିଯାଇଥିଲା ଆଉ ସେ କୂଳକୁ ଆସି ପାରି ନଥିଲେ ନିଖୋଜ ହୋଇଯାଇଥିଲେ । ତାଙ୍କ ବାନ୍ଧବୀ ଚିତ୍କାର କରି ସାହାଯ୍ୟ ପାଇଁ ଡାକିଥିଲେ । ଏହା ଶୁଣି ଜଙ୍ଗଲ କ୍ୟାମ୍ପର ଓ୍ଵାଡ଼େନ୍‌ ଦୌଡ଼ି ଆସିଥିଲେ। ସେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ।

ବୁଡ଼ାଳି ଓ ‘ଏସ୍‌ଡିଇଆର୍‌ଏଫ୍‌’ଙ୍କୁ ଧରି ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ପରେ ସରଳଙ୍କୁ ବହୁତ୍‌ ଖୋଜା ଖୋଜି କରିଥିଲା ହେଲେ ତାଙ୍କର କିଛି ସୁରାକ୍‌ ମିଳିନଥିଲା । ମାତ୍ର ୧ ଘଣ୍ଟା ପରେ ସରଳ ନିଗମଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ସରଳଙ୍କ ମୃତ୍ୟୁ ପରେ ତାଙ୍କ ବାପା ମା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ବାପା ସୁଧିର ନିଗମ ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷ ପଦରୁ ଅବସର ଗ୍ରହଣ କରିଛନ୍ତି । ଏନେଇ ପୋଲିସ ସରଳଙ୍କ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.