ଦକ୍ଷିଣ ଆଫ୍ରିକା-ଭାରତ ଦ୍ୱିତୀୟ ଟେଷ୍ଟ : ୭ ଓ୍ଵିକେଟରେ କେପଟାଉନ ଟେଷ୍ଟ ମ୍ୟାଚ ଜିତିଲା ଭାରତ, ସିରିଜ ଡ୍ର

ଭାରତ ୭ ଓ୍ଵିକେଟ ଥାଇ ଦକ୍ଷିଣ ଆଫ୍ରିକା ବିପକ୍ଷ କେପଟାଉନ ଟେଷ୍ଟ ଜିତିଛି । ଦକ୍ଷିଣ ଆଫ୍ରିକା ଦେଇଥିବା ୭୯ ରନକୁ ପିଛା କରି ଭାରତ ୨ ଓ୍ଵିକେଟ ହରାଇ ଜିତିନେଇଛି । ଦ୍ବିତୀୟ ଇନିଂସରେ ୧୭୬ରନରେ ଅଲଆଉଟ ହୋଇଥିଲା ଦକ୍ଷିଣ ଆଫ୍ରିକା ।

ପ୍ରଥମ ଥର ପାଇଁ କେପଟାଉନରେ ଟେଷ୍ଟ ମ୍ୟାଚ ଜିତିଲା ଭାରତ । ୭୯ ରନର ବିଜୟ ଲକ୍ଷ୍ୟକୁ ୩ ଓ୍ଵିକେଟରେ ହାସଲ କରି ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକାକୁ ହରାଇଛି । ୭ ଓ୍ଵିକେଟ ହାତରେ ଥାଇ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ଜିତିଛି ଭାରତ । ଦକ୍ଷିଣ ଆଫ୍ରିକା ଦେଇଥିବା ୭୯ ରନର ପିଛା କରି ଭାରତ ୩ ଓ୍ଵିକେଟ ହରାଇ ଜିତି ନେଇଛି । ଭାରତ ଦ୍ୱିତୀୟ ଇନିଂସରେ ଯଶସ୍ୱୀ ଜୟସ୍ୱାଲ ୨୮ ରନ୍, ଶୁବମନ ଗିଲ୍ ୧୦ ରନ୍, ବିରାଟ କୋହଲି ୧୨ ରନ କରି ଆଉଟ ହୋଇଥିଲେ । ରୋହିତ ଶର୍ମା ୧୭ ରନ୍ ଏବଂ ଶ୍ରେୟସ ଆୟର ୪ ରନ୍ କରି ମ୍ୟାଚକୁ ଜିତାଇଛନ୍ତି ।

ଦ୍ବିତୀୟ ଇନିଂସରେ ୧୭୬ ରନରେ ଅଲଆଉଟ ହୋଇଥିଲା ଦକ୍ଷିଣ ଆଫ୍ରିକା । ଦଳ ପକ୍ଷରୁ ମାକରମ ସର୍ବାଧିକ ୧୦୩ ବଲରେ ୧୦୬ ରନ କରିଥିବା ବେଳେ ଆଉ କୌଣସି ବ୍ୟାଟର କ୍ରିଜରେ ତିଷ୍ଠି ପାରି ନଥିଲେ । ୭ଜଣ ବ୍ୟାଟର ଦୁଇ ଅଙ୍କ ବି ଛୁଇଁ ପାରିନଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ସର୍ବାଧିକ ୬ ୱିକେଟ ହାସଲ କରିଥିବା ବେଳେ ମୁକେଶ କୁମାରଙ୍କୁ ଦୁଇଟି ୱିକେଟ ମିଳିଥିଲା । ପ୍ରଥମ ଇନିଂସରେ ସାଉଥ ଆଫ୍ରିକା ମାତ୍ର ୫୫ରନ କରି ଅଲଆଉଟ ହୋଇଥିବା ବେଳେ ଟିମ ଇଣ୍ଡିଆ ୧୫୩ ରନ କରି ପାରିଥିଲା ।

ଦେଢ଼ ଦିନରେ ସରିଲା ଖେଳ, ଅନେକ ରେକର୍ଡ଼ ଭାରତ ନାଁରେ

ମାତ୍ର ଦେଢ଼ ଦିନ ଭିତରେ ୫ ଦିନିଆ ଟେଷ୍ଟ ମ୍ୟାଚ୍‌ ଶେଷ ହୋଇଛି । ବଲ୍‌ ହିସାବରେ ଦେଖିଲେ ନୂଆ ରେକର୍ଡ଼ ସୃଷ୍ଟି ହୋଇଛି । ମାତ୍ର ୬୪୨ଟି ବଲ ଖେଳା ଯାଇଛି ଏହି ମ୍ୟାଚରେ । ପୂର୍ବର ରେକର୍ଡ଼ ହୋଇଥିଲା ୧୯୩୨ ମସିହାରେ । ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଭିତରେ ଖେଳା ଯାଇଥିବା ମ୍ୟାଚଟି ୬୫୬ଟି ବଲରେ ଶେଷ ହୋଇଥିଲା ।

ସେହିପରି ପ୍ରଥମ ଏସୀୟ ଦଳ ଭାବେ କେପଟାଉନରେ ଭାରତୀୟ ଦଳ ଟେଷ୍ଟ ମ୍ୟାଚ୍‌ ଜିତିଛି । ଆଜିର ମ୍ୟାଚକୁ ମିଶାଇ ଦକ୍ଷିଣ ଆଫ୍ରିକାରେ ଭାରତୀୟ ଦଳ ମୋଟ ୫ଟି ଟେଷ୍ଟ ମ୍ୟାଚ୍‌ ଜିତିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.