ପାଣିଟାଙ୍କି ଉପରକୁ ଚଢି ଯୁବକଙ୍କ ଆତ୍ମହତ୍ୟା ହାଇଡ୍ରାମା

ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ହରିଡ଼ାବାଡ଼ି ନିକଟରେ ଥିବା ଏକ ପାଣିଟାଙ୍କି ଉପରେ ଯୁବକଙ୍କ ଆତ୍ମହତ୍ୟା ହାଇଡ୍ରାମା ଦେଖିବାକୁ ମିଳିଛି ।

ଦଶପଲ୍ଲା(କେନ୍ୟୁଜ୍‌): ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ହରିଡ଼ାବାଡ଼ି ନିକଟରେ ଥିବା ଏକ ପାଣିଟାଙ୍କି ଉପରେ ଯୁବକଙ୍କ ଆତ୍ମହତ୍ୟା ହାଇଡ୍ରାମା ଦେଖିବାକୁ ମିଳିଛି । ହାଇଡ୍ରାମା କରୁଥିବା ଯୁବକ ଜଣକ ନିକଟସ୍ଥ ହରିଡ଼ାବାଡ଼ି ଗ୍ରାମର ମନୋଜ କୁମାର ମୁଦୁଲି ବୋଲି ଜଣାପଡିଛି। ଯୁବକର ହାଇଡ୍ରାମାରେ ଦଶପଲ୍ଲା ପୋଲିସ ଓ ଦମକଳ ବାହୀନି ନାକେଦମ୍ । ଶେଷରେ କବାଟ ଭାଙ୍ଗି ଯୁବକଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ l

ଦୀର୍ଘ ସମୟ ଧରି ଏଭଳି ହାଇଡ୍ରାମାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା l ଦଶପଲ୍ଲା ସହରସ୍ଥିତ ହରିଡ଼ାବାଡ଼ି ଠାରେ ଥିବା ଓଭରହେଡ଼ ପାଣି ଟାଙ୍କି ଉପରେ ଚଢି ଜଣେ ଯୁବକ ବେଶ କିଛି ଘଣ୍ଟା ଧରି ଟାଙ୍କି ଉପରେ ରହିଥିଲେ । ଅନ୍ୟପକ୍ଷରେ ଯୁବକ ଜଣକ ପାଣି ଟାଙ୍କିର ପ୍ରବେଶ ଦ୍ୱାର କବାଟ ଭିତର ପଟୁ ବନ୍ଦ କରି ଟାଙ୍କି ଉପରକୁ ଚଢିଯାଇଥିଲେ l ଯୁବକ ଜଣକ ଦୀର୍ଘ ସମୟ ଧରି ଟାଙ୍କି ଉପରେ ରହିଥିଲେ ମଧ୍ୟ ଲୋକମାନେ ଯେତେ ଡାକିଥିଲେ ତଳକୁ ଆସିନଥିଲେ l

ଖବର ପାଇ ଦଶପଲ୍ଲା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ l ପାଣି ଟାଙ୍କିର ପ୍ରବେଶ ଦ୍ୱାର କବାଟକୁ ଅଗ୍ନିଶମ ବାହିନୀ ଭାଙ୍ଗି ଭିତରକୁ ପଶିବା ପରେ ଯୁବକ ଜଣକ ତଳକୁ ଓହ୍ଲାଇଥିଲେ l ଯୁବକ ଜଣକ କାହିଁକି ଉଚ୍ଚ ପାଣିଟାଙ୍କି ଉପରକୁ କାହିଁକି ଚଢ଼ିଥିଲେ ସେ ନେଇ ଦଶପଲ୍ଲା ପୋଲିସ ଏବେ ଯୁବକକୁ ଥାନାକୁ ନେଇ ଅଧିକ ତଦନ୍ତ ଚଳେଇଛି l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.