ତ୍ରିକୂଟ ଧାମ ହାତିଆ ପାହାଡରେ ପଥରରେ ଖୋଦିତ ମା’ ସୀତାଙ୍କ ପାଦ ଚିହ୍ନ ଦେଖି ପୂଜା କଲେ ମହିଳା ଓ ଗ୍ରାମବାସୀ

ଦୀର୍ଘ ବର୍ଷ ପରେ ପାହାଡକୁ ଯାଉଥିବା ବାଟରେ ପାହାଡର ପଥରରେ ଖୋଦିତ ହେଲା ଭଳି ଦୁଇଟି ପାଦ ଚିହ୍ନ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକମାନେ । ପାହାଡ଼ରେ ଦେଖି ଅକ୍ଷତ ପାଦ ଚିହ୍ନ କାହାର ବୋଲି ଚର୍ଚ୍ଚା ଜୋର ଧରିି ଥିଲା । କିନ୍ତୁ କିମ୍ବଦନ୍ତୀ ଅନୁସାରେ ଏହି ପାହାଡରେ ମାତା ସୀତା ବନ ବାସ ସମୟରେ ଏହି ହାତିଆ ପାହାଡରେ ରହୁଥିଲେ ।

ଦୀର୍ଘ ବର୍ଷ ପରେ ପାହାଡକୁ ଯାଉଥିବା ବାଟରେ ପାହାଡର ପଥରରେ ଖୋଦିତ ହେଲା ଭଳି ଦୁଇଟି ପାଦ ଚିହ୍ନ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକମାନେ । ପାହାଡ଼ରେ ଏଭଳି ଅକ୍ଷତ ପାଦ ଚିହ୍ନ କାହାର ବୋଲି ଚର୍ଚ୍ଚା ଜୋର ଧରିି ଥିଲା । କିନ୍ତୁ କିମ୍ବଦନ୍ତୀ ଅନୁସାରେ ମାତା ସୀତା ବନ ବାସ ସମୟରେ ଏହି ହାତିଆ ପାହାଡରେ ରହୁଥିଲେ । ତେଣୁ ଏହି ପାଦ ଚିହ୍ନ ମାଆ ସୀତାଙ୍କର ବୋଲି ବିଶ୍ୱାସ କରି ପୂଜାର୍ଚ୍ଚନା କରୁଛନ୍ତି ଗ୍ରାମବାସୀ ମାନେ । ଏଠି ଆସି ସଂକଳ୍ପ କଲେ ମାନସିକ ପୂରଣ ହେଉଥିବାର ବିଶ୍ୱାସ ରହିଛି । ଏବେ ପ୍ରତି ଗୁରୁବାର ଦିନ ମାଆ ଲକ୍ଷ୍ମୀଙ୍କ ପାଦ ଦର୍ଶନ ଓ ପୂଜା କରିବା ପାଇଁ ମହିଳାମାନଙ୍କର ଭିଡ ଲାଗି ରହୁଛି ।

ଯେତେବେଳେ ମହାପ୍ରଭୁ ଶ୍ରୀ ରାମଚନ୍ଦ୍ର ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣଙ୍କୁ ସାଙ୍ଗରେ ଧରି ବନବାସ କରୁଥିଲେ । କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ଅନ୍ତର୍ଗତ ବୈଦ୍ୟଶ୍ୱରର ମହାନଦୀ କୂଳରେ ଥିବା ହାତିଆ ପାହାଡରେ ଅବସ୍ଥାନ କରୁଥିଲେ । ମାତା ସୀତା ଏଠାରେ ରହୁଥିବା ସମୟରେ ବୈଦ୍ୟନାଥ ଠାକୁରଙ୍କୁ ସ୍ଥାପନ କରିଥିଲେ । ବୈଦ୍ୟେହୀଙ୍କ ନାମ ଅନୁସାରେ ଠାକୁରଙ୍କ ନାମ ବୈଦ୍ୟନାଥ ଦେବ ରଖାଯାଇଛି । ସେହି ଭଳି ପ୍ରଭୁ ଶ୍ରୀ ରାମଚନ୍ଦ୍ର ରାମନାଥଙ୍କୁ ସ୍ଥାପନ କରିଥିଲେ । ମହାନଦୀର ମଧ୍ୟ ସ୍ଥଳରେ ଲକ୍ଷ୍ମଣ ଲାଲଜି ସିଂହନାଥ ଦେବଙ୍କୁ ସ୍ଥାପନ କରିଥିଲେ ।

ତେଣୁ ଅଞ୍ଚଳର ନାମ ତ୍ରିକୂଟ ଧାମ ନାମରେ ପରିଚିତ । ଏହା ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି । ବାଙ୍କୀ ବ୍ଲକ୍ ବୈଦ୍ୟେଶ୍ୱରର ବୈଦ୍ୟେନାଥ ଦେବଙ୍କ ମନ୍ଦିର ଠାରୁ ପ୍ରାୟ ଦୁଇ ଶହ ଫୁଟ ଉଚ୍ଚରେ ସଂଲଗ୍ନ ହାତିଆ ପାହାଡରେ ରହିଛି ମାଆଙ୍କ ପାଦ ଚିହ୍ନ । ମାଆଙ୍କ ପାଦ ଚିହ୍ନ ଦେଖିବାକୁ ଯିବାକୁ ପାହାଡରେ ନିଜ ଉଦ୍ୟମରେ ଗ୍ରାମବାସୀମାନେ ଅଳ୍ପ କେତେ ଗୋଟି ପାହାଚ ନିର୍ମାଣ କରିଛନ୍ତି । ଅବଶିଷ୍ଟ ରାସ୍ତାରେ ଯିବା ପାଇଁ ପାହାଡ ଖୋଳି ଚାଲି ଚାଲି ଯିବାକୁ ଚଲା ରାସ୍ତା କରିଛନ୍ତି । କିନ୍ତୁ ଖୁବ ବିପଦ ପୂର୍ଣ୍ଣ ଅବସ୍ଥାରେ ଏଠାକୁ ଯିବାକୁ ପଡୁଛି ।

ପ୍ରତ୍ୟେକ ଗୁରୁବାର ଦିନ ମହିଳା ମାନେ ପାହାଡ଼ ଚଢ଼ି ଏଠାକୁ ପୂଜା କରିବା ପାଇଁ ଆସୁଛନ୍ତି । ପ୍ରଶାସନ ପକ୍ଷରୁ ଯଦିଓ ପାହାଚ ନିର୍ମାଣ କାର୍ଯ୍ୟ କରାଯାଇ ପାରନ୍ତା ତେବେ ଅଧିକ ସଂଖ୍ୟାରେ ମହିଳା ଓ ପୁରୁଷ ମାନେ ଆସି ପୂଜା କରି ପାହାଡରେ ଚଢ଼ି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରି ପାରନ୍ତେ । ମାଣବଶା ଦିନ ଏଠାରେ ପୂଜାର୍ଚ୍ଚନା କରାଯାଇ ଭଜନ କୀର୍ତ୍ତନ ମଧ୍ୟ କରାଯାଇଛି । ଏଠାରେ ମାଆ ଲକ୍ଷ୍ମୀଙ୍କ ମନ୍ଦିର ନିର୍ମାଣ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.