ହାଇ ନେକ୍‌ ପିନ୍ଧୁଥିଲେ ହୋଇଯାଆନ୍ତୁ ସାବଧାନ, ସାମ୍ନା କରିପାରନ୍ତି ଏଭଳି ସମସ୍ୟା

ଶୀତ ଦିନରେ ଲୋକମାନେ ପଶମ ସ୍ବେଟର ଏବଂ ହାଇ ନେକ୍‌ ପୋଷାକ ପିନ୍ଧନ୍ତି । କିନ୍ତୁ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ହାଇ ନେକ୍‌ ଡ୍ରେସ୍‌ ଆପଣଙ୍କୁ ଶୀତରୁ ବଞ୍ଚେିଇବ କିନ୍ତୁ ଏହି ସ୍ବେଟର ଯୋଗୁଁ ବେକରେ କୁଣ୍ଡେଇ ହେବା ଆରମ୍ଭ ହୋଇଯାଏ ।

ଯେତେବେଳେ ପ୍ରବଳ ଥଣ୍ଡା ଲାଗିଥାଏ ସେତେବେଳେ ଲୋକମାନେ ବିଭିନ୍ନ ପ୍ରକାରର ଗରମ ପୋଷାକ ପିନ୍ଧନ୍ତି । ଶୀତ ଦିନରେ ଲୋକମାନେ ପଶମ ସ୍ବେଟର ଏବଂ ହାଇ ନେକ୍‌ ପୋଷାକ ପିନ୍ଧନ୍ତି । କିନ୍ତୁ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ହାଇ ନେକ୍‌ ଡ୍ରେସ୍‌ ଆପଣଙ୍କୁ ଶୀତରୁ ବଞ୍ଚେିଇବ କିନ୍ତୁ ଏହି ସ୍ବେଟର ଯୋଗୁଁ ବେକରେ କୁଣ୍ଡେଇ ହେବା ଆରମ୍ଭ ହୋଇଯାଏ । ଯେଉଁମାନଙ୍କର ଚର୍ମ ଅତ୍ୟନ୍ତ ସମ୍ବେଦନଶୀଳ, ସେମାନେ ଭୁଲରେ ମଧ୍ୟ ହାଇ ନେକ୍‌ ପିନ୍ଧିବା ଉଚିତ୍ ନୁହେଁ । ଯଦି ସେମାନେ ଏପରି ପୋଷାକ ପିନ୍ଧନ୍ତି ତେବେ ସେମାନଙ୍କ ଶରୀରରେ ଦାଗ, ଡ୍ରାଏ୍‌ ସ୍କିନ୍‌ ଏବଂ ରେଡ୍‌ନେସ୍‌ ସମସ୍ୟା ଆରମ୍ଭ ହୋଇଯାଏ । ତେବେ ହାଇ ନେକ୍‌ ପିନ୍ଧିବା ପରେ ସ୍କିନ୍‌ ଡ୍ରାଏ ହେବାକୁ ଲାଗିଥାଏ ।

ହାଇ ନେକ୍‌ ପିନ୍ଧିବା ଦ୍ୱାରା ଅନେକ ସମୟରେ ବେକ କୁଣ୍ଡେଇ ହୋଇଥାଏ । ତେବେ ଆପଣ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ କ୍ରିମ୍ ଲଗାଇ ପାରିବେ । ତୁରନ୍ତ ରିଲିଫ୍ ପାଇବା ପାଇଁ ଆଣ୍ଟି-ଇଚ୍ ଲୋସନ ମଧ୍ୟ ଲଗାଇ ପାରିବେ । ଆଣ୍ଟି-ଇଚ୍ ଲୋସନ ଏକ ଭଲ ଲୋସନ ହୋଇଥାଏ, ଯାହା ଆପଣଙ୍କୁ ଏହି ସମସ୍ୟାରୁ ବଞ୍ଚେଇଥାଏ । ଏହା ସହ ଆପଣ ମଶ୍ଚରାଇଜରର ମଧ୍ୟ ବ୍ୟବହାର କରିପାରିବେ ।

ହାଇ ନେକ୍‌ ପିନ୍ଧିବା ପୂର୍ବରୁ କ୍ରିମ୍‌ ବ୍ୟବହାର କରନ୍ତୁ :
ସ୍କିନ୍‌ ଶୀତଦିନେ ଡ୍ରାଏ ହେବାକୁ ଲାଗେ । ଯେତେବେଳେ ହାଇନେକ୍ ସ୍କିନ୍‌ରେ ଘଷି ହୋଇଯାଏ, ସେତେବେଳେ ଆପଣଙ୍କ ସ୍କିନ୍‌ ରେଡ୍‌ ହୋଇଯାଏ ଏବଂ କୁଣ୍ଡେଇ ହେବାକୁ ଲାଗିଥାଏ । ତେଣୁ ଯେତେବେଳେ ବି ଆପଣ ହାଇ ନେକ୍‌ ପିନ୍ଧନ୍ତି, ଏହା ପୂର୍ବରୁ ଆପଣଙ୍କ ବେକକୁ ମଶ୍ଚରାଇଜ୍ ଲଗାଇ ଭଲ ଭାବେ ମାଲିସ କରିଦିଅନ୍ତୁ । ତେବେ ଆପଣ ସ୍କିନ୍‌କୁ ସଠିକ୍ ଭାବରେ ମଶ୍ଚରାଇଜ୍ କରିଲେ, ଆପଣ ଏହି ସମସ୍ୟାରୁ ମୁକ୍ତି ପାଇବେ । ସେହିପରି ଭାବେ ଆପଣ ରେଡ୍‌ନେସ୍‌ ଏବଂ ଫୁଲା ଠାରୁ ମଧ୍ୟ ବହୁତ ଆରମ ପାଇବେ ।

ବାରମ୍ବାର ମେକକୁ କୁଣ୍ଡେଇବାରୁ ଦୂରେଇ ରୁହନ୍ତୁ :
ହାଇ ନେକ୍‌ ପିନ୍ଧିବା ଦ୍ୱାରା ଆପଣଙ୍କ ବେକ ପ୍ରାୟତଃ କୁଣ୍ଡେଇ ହୋଇଥାଏ । ସେଥିପାଇଁ ଯଦି ଆପଣ କେବେ ହାଇ ନେକ୍‌ ପିନ୍ଧୁଛନ୍ତି, ତାହେଲେ ଏହାକୁ ଧ୍ୟାନ ଦିଅନ୍ତୁ ଯେ ଆପଣ ଯେପରି ବେକକୁ ନ କୁଣ୍ଡେଇବେ । କାରଣ ଆପଣ ଯଦି ଅଧିକ କୁଣ୍ଡେଇବେ, ତାହେଲେ ଏହା ଅଧିକ ଲାଲ ହୋଇଯିବ । ତେବେ ଯଦି ଏପରି ବାରମ୍ବାର ହେଉଛି, ତାହେଲେ ଆପଣଙ୍କ ବେକରୁ ରକ୍ତି ମଧ୍ୟ ବାହାରି ପାରେ । ଏହି କାରଣରୁ ଜଣେ ବ୍ୟକ୍ତି ମଧୁମେହ ଏବଂ କୁଣ୍ଡିଆର ଭଳି ରୋଗର ଶିକାର ହୋଇପାରନ୍ତି । ଏହା ସହ ଏପରି ମଧ୍ୟ ହୋଇଥାଏ ଯେ ଆପଣ ଏହା ବ୍ୟାତୀତ ଅନ୍ୟ କେତେକ ରୋଗର ମଧ୍ୟ ଶୀକାର ହୋଇ ପାରନ୍ତି । ସେଥିପାଇଁ ଆପଣ ଏହି ସମସ୍ୟାରୁ ଏହି ପରି ଭାବେ ବଞ୍ଚି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.