Below header

ପୁଅ ନିର୍ଯାତନା ବିରୋଧରେ ଥାନାକୁ ଗଲେ ୭୫ ବର୍ଷର ବୃଦ୍ଧା, କହିଲେ ମୋ ଘର ନେଇଯାଅ, ବୃଦ୍ଧାଶ୍ରମ କରିଦିଅ

ପାରଳାଖେମୁଣ୍ଡି (କେ ନ୍ୟୁଜ୍‌) : ପର କରି ଦେଲା ପୁଅ । ଆଉ ସହି ହେଲାନି ପୁଅ ବୋହୂଙ୍କ ନିର୍ଯାତନା । ସେଥିଲାଗି ଥାନାକୁ ଆସିଲେ ଜଣେ ଜନ୍ମଦାତ୍ରୀ । ପୋଲିସ୍‌ରେ ଅଭିଯୋଗ କଲେ । ଖାଲି ସେତିକି ନୁହେଁ, ପ୍ରଶାସନକୁ ଅନୁରୋଧ କରିଛନ୍ତି ମୋ ଘର ନେଇଯାଅ ଏବଂ ଏହାକୁ ବୃଦ୍ଧାଶ୍ରମ କରିଦିଅ । ଏଭଳି ଏକ ଦୁଃଖଦାୟକ, ସମ୍ବେଦନଶୀଳ ଘଟଣା ଘଟିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ । ଜାନକୀ ଅଧିକାରୀ ନାମକ ଜଣେ ୭୫ ବର୍ଷର ମହିଳା ଗଜପତି ଏସ୍‌ପି ସାରା ଶର୍ମାଙ୍କ ନିକଟରେ ଅଭିଯୋଗ କରି ସୁରକ୍ଷା ମାଗିଛନ୍ତି ।

OLD WOMEN-1
ଅନେକ ସ୍ୱପ୍ନ ନେଇ ପୁଅକୁ ବଢ଼ାଇଥିଲେ । ୧୯୯୫ ମସିହାରେ ସ୍ୱାମୀଙ୍କ ପରଲୋକ ପରେ ୨୦୦୨ରେ ପୁଅକୁ ବାହା କରାଇଥିଲେ । ହେଲେ ଉଭୟ ପୁଅ ଓ ବୋହୂ ତାଙ୍କ ଠାରୁ ସବୁ ବେଳେ ପଇସାପତ୍ର ଓ ଧାନ ଆଦି ନେଉଛି । ତଥାପି ନିର୍ଯାତନା ଦେଉଛି ବୋଲି ଜାନକୀ କହିଛନ୍ତି । ତାଙ୍କ ଏଫ୍‌ଆଇଆର୍‌ ପରେ ପୋଲିସ୍‌ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପଦକ୍ଷେପ ନେବା ସହିତ ଜାନକୀଙ୍କ ସୁରକ୍ଷାର ଦାୟିତ୍ୱ ମଧ୍ୟ ନେଇଛି ।
ତେବେ ଅଭିଯୋଗକୁ ନେଇ ଜାନକୀଙ୍କ ପୁଅ ବୋହୂଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.