ରାଉରକେଲା ପୋଲିସକୁ ସଫଳତା, ଗିରଫ କଲା ପିଏଲ୍‌ଏଫ୍‌ଆଇ ଏରିଆ କମାଣ୍ଡର

ରାଉରକେଲା(କେନ୍ୟୁଜ୍): ପିଏଲ୍‌ଏଫ୍‌ଆଇ ଏରିଆ କମାଣ୍ଡର ଗିରଫ । ଏରିଆ କମାଣ୍ଡର ସୁଦାମ ସିଂହକୁ ଗିରଫ କରିଛି ରାଉରକେଲା ପୋଲିସ । ସୁନ୍ଦରଗଡ଼ ବିଶ୍ରା ଅଞ୍ଚଳରେ ଲୁଚିଥିବା ସୂଚନା ପାଇ ରାଉରକେଲା ପୋଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ତାକୁ ଗିରଫ କରିଛି । ଝାଡ଼ଖଣ୍ଡରେ ବିଭିନ୍ନ ନେତାଙ୍କୁ ହତ୍ୟା ସହ ମୋଟ୍‌ ୭ ଜଣଙ୍କୁ ହତ୍ୟା ଘଟଣାରେ ୨୦୦୭ ମସିହାରୁ ଫେରାର ଥିଲା ସୁଦାମ। ସୁଦାମ ନିକଟରୁ ଗୋଟିଏ ପିସ୍ତଲ ଓ ଗୋଟିଏ ଅଫୁଟା ଗୁଳ ଜବତ ହୋଇଛି । ଓଡ଼ିଶା ଓ ଝାଡଖଣ୍ଡରେ ସୁଦାମ ନାଁରେ ୧୫ରୁ ଅଧିକ ଅପରାଧିକ ମାମଲା ରହିଛି । ସୁନ୍ଦରଗଡ଼ ଜିଲ୍ଲା ହାତିବାରୀ କୋଅପରେଟିଭ ବ୍ୟାଙ୍କ ଲୁଟ ଘଟଣା ସହ ବିଶ୍ରା ଥାନାର ମିଟକୁନ୍ଦୁରୀ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ସୁଦାମର ସଂପୃକ୍ତି ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.