ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ବାଟମଙ୍ଗଳା ନିକଟରେ ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲା ୨ଜଣଙ୍କ ଜୀବନ

ପୁରୀ: ଚଳନ୍ତା କାରରେ ନିଆଁ । ଅଳ୍ପକେ ବର୍ତ୍ତିଲେ ୨ ଜଣ । ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ବାଟମଙ୍ଗଳା ନିକଟରେ ହଠାତ୍‌ କାରରେ ନିଆଁ ଲାଗି ଯାଇଥିଲା । ଡ୍ରାଇଭର ଜଣକ ଗାଡିରେ ନିଆଁ ଲାଗିଥିବା ଜାଣିପାରି ତୁରନ୍ତ ଗାଡିରୁ ବାହାରି ଆସିବା ସହ ଲୋକଙ୍କୁ କାରରୁ ବାହାରକୁ ଆଣିଥିଲେ ।

ଫଳରେ କାରରେ ଥିବା ୨ ଜଣଙ୍କ ଜୀବନ ବଞ୍ଚି ଯାଇଛି । ମହମ୍ମଦ ସାହିକ ତାଙ୍କର ଜଣେ ସମ୍ପର୍କୀୟଙ୍କୁ କଟକ ବଡ ମେଡିକଲ ନେଇ ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲା ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.