Below header

କରୋନା କବ୍‌ଜାରେ ରଣବୀର ଶୌରୀ, ନିଜକୁ କ୍ୱାରେଣ୍ଟାଇନ୍‌ କଲେ ଅଭିନେତା

କରୋନା ପ୍ରଭାବ କମିବା ବଦଳରେ ପୁଣିଥରେ ବଢ଼ିବାରେ ଲାଗିଛି। ଏବେ ଅଭିନେତା ରଣବୀର ଶୌରୀଙ୍କୁ ମଧ୍ୟ କରୋନା ହୋଇଛି। ୪୮ ବର୍ଷୀୟ ଏହି ଅଭିନେତା ଟ୍ଵିଟରରେ ଫ୍ୟାନ୍‌ଙ୍କୁ ନିଜେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି। ପ୍ରକାଶ ଯେ କରୋନା ମହାମାରୀ ବଲିଉଡ୍‌ର ବହୁ ଅଭିନେତାଙ୍କୁ ନିଜ କବ୍ଜାକୁ ନେଇଛି। ଏହି ତାଲିକାରେ ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଅଭିଷେକ ବଚ୍ଚନ, କନିକା କପୁର, ଜୋଆ ମୋରାନୀ, କିରଣ କୁମାର, ମୋହିନୀ କୁମାରୀଙ୍କ ଭଳି କଳାକାର ଅଛନ୍ତି।

ରଣବୀର ଟ୍ଵିଟ୍‌ କରି ଲେଖିଛନ୍ତି, ମୁଁ କୋଭିଡ୍‌ ପଜିଟିଭ୍‌ ଥିବା ଜଣାଯାଇଛି। ଆଶିଂକ ଲକ୍ଷଣ ପ୍ରକାଶ ପାଇଛି। ଏବେ ମୁଁ କ୍ୱାରେଣ୍ଟାଇନ୍‌ରେ ଅଛି।

ରଣବୀର ଶୌରୀ ପ୍ରାୟତଃ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହିଥାନ୍ତି। କୌଣସି ନା କୌଣସି ବିବାଦକୁ ନେଇ ସେ ସବୁବେଳେ ମୁହଁ ଖୋଲିଥାନ୍ତି। ନିକଟରେ ରିହାନା-ଗ୍ରେଟାଙ୍କ ଉପରେ ଏକ ଗୀତ ତିଆରି କରି ସେ ସୋସିଆଲ ମିଡିଆରେ ସେୟାର କରିଥିଲେ, ଯାହା ବେଶ୍‌ ଭାଇରାଲ ହୋଇଥିଲା।

ସୂଚନାଯୋଗ୍ୟ ଯେ ରଣବୀର କିଛି ଦିନ ତଳେ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଲୁଟ୍‌କେସ୍‌’ରେ କୁନାଲ ଖେମୁଙ୍କ ସହ ନଜର ଆସିସାରିଛନ୍ତି। ଏହ ବ୍ୟତୀତ ଇରଫାନ୍‌ଙ୍କ ଇଂରାଜୀ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ୍‌’ରେ ବି ସେ ନଜର ଆସିଥିଲେ। ଆଗକୁ ତାଙ୍କୁ ‘ମେଟ୍ରୋ ପାର୍କ ୨’ରେ ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.