ରାସ୍ତାରେ ଚାଲୁଥିଲେ ଲୋକେ, ଗାଡି ମଟର ବି ଚାଲୁଥିଲା, କିନ୍ତୁ ହଠାତ୍ ଆସିଲା ଖଣ୍ଡିଆ ଭୂତ

କୋରାପୁଟ (କେନ୍ୟୁଜ) : ରାସ୍ତାରେ ଚାଲୁଥିଲେ ଲୋକେ, ଗାଡି ମଟର ବି ଚାଲୁଥିଲା ସବୁକିଛି ଠିକଠାକ୍ ଥିଲା କିନ୍ତୁ ହଠାତ୍ ଜନଗହଳିପୂର୍ଣ୍ଣ ସ୍ଥାନରେ ପବନ ବହିଲା ଓ ବୁଲିଲା ଖଣ୍ଡିଆଭୂତ ଅର୍ଥାତ୍‌ ଘୂର୍ଣ୍ଣିଝଡ଼। ଯାହାକୁ ଦେଖି ଡରିଗଲେ ଲୋକେ । ଧୂଳି ସବୁ ବୁଲି ବୁଲି ଆକାଶକୁ ଉଠୁଥାଏ । ସାଙ୍ଗରେ ସେଠି ପଡ଼ିଥିବା ଅଳିଆ ଆବର୍ଜନା ସବୁ ଉଡ଼ି ଯାଉଥାଏ । ଯାତାୟାତ କିଛି ସମୟ ବନ୍ଦ ହୋଇଗଲା ।  ଯାନବାହନ ସବୁ ଅଟକିଗଲା।

ସେହି ବାଟ ଦେଇ ଯାଉଥିବାକିଛି ଗାଡ଼ି ରାସ୍ତା ବଦଳାଇ ଚାଲିଗଲେ । ସମସ୍ତଙ୍କ ଭିତରେ ଛନକା ପଶିଗଲା । କିଛି ଅଘଟଣ ଘଟିବନି ତ ? ଇଏ ବାତ୍ୟାର ସୂଚନା ନୁହେଁ ତ ? କୋରାପୁଟ ଡୁମୁରୀପୁଟ ଠାରେ ଏହି ଖଣ୍ଡିଆଭୂତ ଦେଖିବାକୁ ମିଳିଥିଲା । ଯଦିଓ କ୍ଷୟକ୍ଷତି କିଛି ଏମିତି ନଥିଲା ଯେ ଲୋକେ ଭୟଭୀତ ହୋଇଥାନ୍ତେ ତଥାପି ଏହାର ପ୍ରଭାବରେ ସେଠାକାର ଗୋଟିଏ ଘର କ୍ଷତିଗ୍ରସ୍ତ ହୋଇଥିଲା।

ତେବେ କିଛି କ୍ଷଣ ପରେ ଘୂର୍ଣ୍ଣିଝଡ଼ ବା ଖଣ୍ଡିଆଭୂତଟି ଆକାଶରେ ମିଶିଗଲା ଓ ଲୋକେ ଆଶ୍ୱସ୍ତ ହୋଇଥିଲେ । ତାପମାତ୍ରା ବଢ଼ିବା ଏବଂ ପାଗରେ ପରିବର୍ତ୍ତନ ଯୋଗୁଁ ଏଭଳି ଘଟିଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି । ତେବେ ଏହି ଖଣ୍ଡିଆଭୂତର ଆକାର ଯଦି ବଡ଼ ହୋଇଥାନ୍ତା ତେବେ ନିଶ୍ଚୟ କିଛି କ୍ଷତି ଘଟାଇଥାନ୍ତା ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.