Below header

ସାଂସଦ ମାନସ ମଙ୍ଗରାଜଙ୍କୁ ସମ୍ବଲପୁର ସଂସଦୀୟ କ୍ଷେତ୍ର ପାଇଁ ମିଳିଲା ପର୍ଯ୍ୟବେକ୍ଷକ ଦାୟିତ୍ବ

ବିଜେଡିର ୪ ବରିଷ୍ଠଙ୍କୁ ନୂଆ ପର୍ଯ୍ୟବେକ୍ଷକ ଦାୟିତ୍ବ । ସାଂସଦ ମାନସ ମଙ୍ଗରାଜଙ୍କୁ ସମ୍ବଲପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଦାୟିତ୍ବ ମିଳିଛି। ସୌଭାଗ୍ୟ ନାୟକଙ୍କୁ ୨ ବିଧାନସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ବ ମିଳିଛି।

ଭୁବନେଶ୍ୱର (କେନ୍ୟୁଜ): ବିଜେଡିର ୪ ବରିଷ୍ଠଙ୍କୁ ନୂଆ ପର୍ଯ୍ୟବେକ୍ଷକ ଦାୟିତ୍ବ । ସାଂସଦ ମାନସ ମଙ୍ଗରାଜଙ୍କୁ ସମ୍ବଲପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଦାୟିତ୍ବ ମିଳିଛି। ସୌଭାଗ୍ୟ ନାୟକଙ୍କୁ ୨ ବିଧାନସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ବ ମିଳିଛି। ସମ୍ବଲପୁର ଓ ରେଙ୍ଗାଲି ବିଧାନସଭା କ୍ଷେତ୍ରର ଦାୟିତ୍ବରେ ସୌଭାଗ୍ୟ ନାୟକ । ଗୌତମ ବୁଦ୍ଧ ଦାସଙ୍କୁ ଦେବଗଡ଼ ଜାଲ୍ଲା ଏବଂ ବୌଦ୍ଧ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବରେ ଅମରେଶ ଜେନାଙ୍କୁ ଦାୟିତ୍ବ ମିଳିଛି ।

ଏହି ଦାୟିତ୍ବ ମିଳିବା ପରେ ସାଂସଦ ମାନସ ମଙ୍ଗରାଜ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋତେ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛନ୍ତି, ମୁଁ ସୁଚାରୁ ଭାବେ କାର୍ଯ୍ୟ କରିଛି। ସେ ବ୍ରହ୍ମପୁର ସଂସଦୀୟ ସହ ସମ୍ବଲପୁର ଲୋକସଭା ଦାୟିତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡ୍ୟାନ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଗୁରୁ ଦାୟିତ୍ୱକୁ ସଠିକ ଭାବେ ନିର୍ବାହ କରିବି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.