Below header

ଅଯୋଧ୍ୟାରେ ମୋଦି : ୨ଟି ଅମୃତ ଭାରତ ଏବଂ ୬ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଶ୍ରୀରାମ ନଗରୀ ଅଯୋଧ୍ୟାରେ ପହଞ୍ଚ ଭବ୍ୟ ରୋଡ କରିବା ପରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ପୁନଃବିକଶିତ ଅଯୋଧ୍ୟା ରେଳ ଷ୍ଟେସନକୁ ଉଦ୍‌ଘାଟନ କରିବା ପରେ ଟ୍ରେନରୁ ନୀଳ ପତାକା ଦେଖି ଶୁଭାରମ୍ଭ କରିଥିଲେ ।

ଅଯୋଧ୍ୟା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶ୍ରୀରାମ ନଗରୀ ଅଯୋଧ୍ୟାରେ ପହଞ୍ଚ ଭବ୍ୟ ରୋଡ କରିବା ପରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଜାନୁଆରୀ ୨୨ରେ ନବନିର୍ମିତ ଭବ୍ୟ ଓ ଦିବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣପ୍ରତିଷ୍ଠା ହେବାକୁ ଥିବା ବେଳେ ମୋଦି ଆଜି ଅଯୋଧ୍ୟାରେ ନବନିର୍ମିତ ମହର୍ଷି ବାଲ୍ମିକୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଉଦଘାଟନ କରିବେ । ଏହା ସହିତ ଅଯୋଧ୍ୟା ଷ୍ଟେସନରେ ୨ଟି ଅମୃତ ଭାରତ ସହିତ ୬ଟି ବନ୍ଦେ ଭାରତ ଟ୍ରେନର ମଧ୍ୟ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉପ ମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ପୁନଃବିକଶିତ ଅଯୋଧ୍ୟା ରେଳ ଷ୍ଟେସନକୁ ଉଦ୍‌ଘାଟନ କରିବା ପରେ ଟ୍ରେନରୁ ନୀଳ ପତାକା ଦେଖି ଶୁଭାରମ୍ଭ କରିଥିଲେ ।

ଅମୃତ ଭାରତ ଟ୍ରେନ୍ ହେଉଛି ଦେଶର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ୍ । ଯେଉଁଥିରେ ଏକ ଅଣ-ଶୀତତାପ ନିୟନ୍ତ୍ରିତ କୋଚ୍ ସହିତ LHB କୋଚ ରହିଛି, ଯାହାକି ଏହା ପୁସ୍ ପୁଲ ଟ୍ରେନ୍ ଭାବେ ଉଭୟ ପାର୍ଶ୍ୱରେ ଇଂଜିନ ସହିତ ଚଳାଚଳ କରିବ । ଟ୍ରେନରେ ଯାତ୍ରୀଙ୍କ ପାଇଁ ଡିଜାଇନ୍ ସିଟ୍, ଉନ୍ନତ ଲଗେଜ୍ ର୍ୟାକ୍, ମୋବାଇଲ୍ ଚାର୍ଜିଂ ପଏଣ୍ଟ, ଏଲଇଡି ଲାଇଟ୍, ସିସିଟିଭି, ସର୍ବସାଧାରଣ ସୂଚନା ବ୍ୟବସ୍ଥା ଭଳି ଉନ୍ନତ ସୁବିଧା ରହିଛି ।

ଅଯୋଧ୍ୟା ନଗରୀରେ ୪ଟି ରାସ୍ତାର ମଧ୍ୟ ଶୁଭାରମ୍ଭ କରିବେ ମୋଦି । ନବନିର୍ମିତ ୧୪ ଶହ ୫୦ କୋଟି ବ୍ୟୟରେ ନିର୍ମିତ ହୋଇଥିବା ବିମାନବନ୍ଦରକୁ ମହର୍ଷି ବାଲ୍ମିକୀଙ୍କ ନାମରେ ନାମିତ କରାଯାଇଛି । ସହରକୁ ବିଭିନ୍ନ ଫୁଲରେ ସଜା ଯିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.